ଟେଷ୍ଟ ଶୃଙ୍ଖଳାରେ ଆୟର୍ଲାଣ୍ଡକୁ ୨-୦ ରେ ହରାଇଲା ଶ୍ରୀଲଙ୍କା
ଗଲ୍ : ଶ୍ରୀଲଙ୍କା ଗସ୍ତରେ ଆୟର୍ଲାଣ୍ଡ ଦଳ ଦୁଇଟିଯାକ ଟେଷ୍ଟ୍ରେ ପାଳି ପରାଜୟ ବରଣ କରିଛି। ପ୍ରଥମ ଟେଷ୍ଟ୍ ଭଳି ଆୟର୍ଲାଣ୍ଡ ଦ୍ବିତୀୟ ଟେଷ୍ଟ୍ରେ ମଧ୍ୟ ଏକ ପାଳି ଓ ୧୦ ରନ୍ରେ ପରାସ୍ତ ହୋଇଛି। ଫଳରେ ଶ୍ରୀଲଙ୍କା ଦୁଇଟି ପାଳି ବ୍ୟବଧାନ ବିଜୟ ସହ ୨-୦ରେ ଶୃଙ୍ଖଳା ପୋଛିନେଇଛି। ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ୫ ଏବଂ ଦ୍ବିତୀୟ ପାଳିରେ ୨ ୱିକେଟ ଦଖଲ କରିଥିବା ସ୍ପିନର ପ୍ରବଥ ଜୟସୂରିଆ ମ୍ୟାଚ୍ର ଏବଂ ଦୁଇଟିଯାକ ଟେଷ୍ଟ୍ରେ […]
ଗଲ୍ : ଶ୍ରୀଲଙ୍କା ଗସ୍ତରେ ଆୟର୍ଲାଣ୍ଡ ଦଳ ଦୁଇଟିଯାକ ଟେଷ୍ଟ୍ରେ ପାଳି ପରାଜୟ ବରଣ କରିଛି। ପ୍ରଥମ ଟେଷ୍ଟ୍ ଭଳି ଆୟର୍ଲାଣ୍ଡ ଦ୍ବିତୀୟ ଟେଷ୍ଟ୍ରେ ମଧ୍ୟ ଏକ ପାଳି ଓ ୧୦ ରନ୍ରେ ପରାସ୍ତ ହୋଇଛି। ଫଳରେ ଶ୍ରୀଲଙ୍କା ଦୁଇଟି ପାଳି ବ୍ୟବଧାନ ବିଜୟ ସହ ୨-୦ରେ ଶୃଙ୍ଖଳା ପୋଛିନେଇଛି। ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ୫ ଏବଂ ଦ୍ବିତୀୟ ପାଳିରେ ୨ ୱିକେଟ ଦଖଲ କରିଥିବା ସ୍ପିନର ପ୍ରବଥ ଜୟସୂରିଆ ମ୍ୟାଚ୍ର ଏବଂ ଦୁଇଟିଯାକ ଟେଷ୍ଟ୍ରେ ମୋଟ ୩୮୫ ରନ୍ କରିଥିବା କୁଶାଲ ମେଣ୍ଡିସ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଜୟସୂରିଆଙ୍କ ୫ ୱିକେଟ୍ ବଳରେ ଆୟର୍ଲାଣ୍ଡ ପ୍ରଥମ ପାଳିକୁ ୪୯୨ ରନ୍ରେ ଅଟକାଇବା ପରେ ଘରୋଇ ଦଳ ଦୁଇଟି ଦ୍ବିଶତକ, ଦୁଇଟି ଶତକ ସାଙ୍ଗକୁ ଦୁଇଟି ଦ୍ବିଶତକୀୟ ଭାଗୀଦାରି ବଳରେ ୭୦୪/୩ରେ ପ୍ରଥମ ପାଳି ଘୋଷଣା କରିଥିଲା। ରମେଶ ମେଣ୍ଡିସ୍ଙ୍କ ୫ ୱିକେଟ୍ ଦଖଲ ଯୋଗୁଁ ଘରୋଇ ଦଳ ଭ୍ରଣକାରୀ ଦଳର ଦ୍ବିତୀୟ ପାଳିକୁ ୨୦୨ ରନ୍ରେ ଅଲଆଉଟ୍ କରିଦେଇଥିଲା।




