ଟେଷ୍ଟ କ୍ରିକେଟରେ ୫୦୦ ଟେଷ୍ଟ୍ ୱିକେଟ୍ ପୂରଣ କଲେ ରବିଚନ୍ଦ୍ରନ ଅଶ୍ବିନ

ରାଜକୋଟ: ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ ଶୁକ୍ରବାର ଦ୍ବିତୀୟ ଭାରତୀୟ ବୋଲର ଭାବେ ଟେଷ୍ଟ୍ କ୍ରିକେଟ୍ରେ ୫୦୦ ୱିକେଟ୍ ପୂର୍ଣ୍ଣ କରିଛନ୍ତି। ଏହି ତାମିଲ ତାରକାଙ୍କ ୫୦୦ତମ ଶିକାର ହୋଇଛନ୍ତି ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟର୍ ଜ୍ୟାକ୍ କ୍ରଲି। ଏହି ବୋଲିଂ କ୍ଲବ୍ରେ ସାମିଲ ହେବାରେ ସେ ବିଶ୍ବର ନବମ ଖେଳାଳି ହୋଇଛନ୍ତି। ଅନିଲ କୁମ୍ବଲେ (୬୧୯ ୱିକେଟ୍) ଭାରତୀୟଙ୍କ ଟେଷ୍ଟ୍ ୱିକେଟ୍ କ୍ଲବ୍ରେ ଶୀର୍ଷରେ ରହିଛନ୍ତି। ଟେଷ୍ଟ୍ କ୍ରିକେଟ୍ ଇତିହାସରେ ମାତ୍ର ୯ ଜଣ ବୋଲର ୫୦୦+ ୱିକେଟ୍ […]

Samaya Live Picture
Published On

ରାଜକୋଟ: ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ ଶୁକ୍ରବାର ଦ୍ବିତୀୟ ଭାରତୀୟ ବୋଲର ଭାବେ ଟେଷ୍ଟ୍ କ୍ରିକେଟ୍ରେ ୫୦୦ ୱିକେଟ୍ ପୂର୍ଣ୍ଣ କରିଛନ୍ତି। ଏହି ତାମିଲ ତାରକାଙ୍କ ୫୦୦ତମ ଶିକାର ହୋଇଛନ୍ତି ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟର୍ ଜ୍ୟାକ୍ କ୍ରଲି। ଏହି ବୋଲିଂ କ୍ଲବ୍ରେ ସାମିଲ ହେବାରେ ସେ ବିଶ୍ବର ନବମ ଖେଳାଳି ହୋଇଛନ୍ତି। ଅନିଲ କୁମ୍ବଲେ (୬୧୯ ୱିକେଟ୍) ଭାରତୀୟଙ୍କ ଟେଷ୍ଟ୍ ୱିକେଟ୍ କ୍ଲବ୍ରେ ଶୀର୍ଷରେ ରହିଛନ୍ତି।
ଟେଷ୍ଟ୍ କ୍ରିକେଟ୍ ଇତିହାସରେ ମାତ୍ର ୯ ଜଣ ବୋଲର ୫୦୦+ ୱିକେଟ୍ ଅକ୍ତିଆର କରିଥିବାବେଳେ ଅଶ୍ବିନ୍ ଏହି ମାଇଲଖୁଣ୍ଟ ଛୁଇଁବାରେ ଦ୍ବିତୀୟ ଦ୍ରୁତତମ ହୋଇଛନ୍ତି। ମ୍ୟାଚ୍ ଓ ବଲ୍ ଭିତ୍ତିରେ ଏହି ଆକଳନ କରାଯାଇଛି। ଭାରତ ମାଟିରେ ସେ ୩୪୭ ୱିକେଟ୍ ନେଇଛନ୍ତି। ଶ୍ରୀଲଙ୍କାର ମୁଥୟା ମୁରଲୀଧରନ ୮୭ ଟେଷ୍ଟରୁ ୫୦୦ ୱିକେଟ୍ ପୂର୍ଣ୍ଣ କରିଥିବାବେଳେ ଅଶ୍ବିନ ୯୮ ଟେଷ୍ଟ୍ରେ ଏହା କରିଛନ୍ତି। ସେହିଭଳି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକଗ୍ରା ୨୫, ୫୨୮ ବଲ୍ ବୋଲିଂ କରି ୫୦୦ତମ ୱି୍କେଟ୍ ପାଇଥିବାବେନଳେ ଅଶ୍ବିନ୍ ଏଥି ପାଇଁ ନେଇଛନ୍ତି ୨୫,୭୧୪ ବଲ୍। ଭାରତୀୟଙ୍କ ମଧ୍ୟରେ ଅଶ୍ବିନ୍ କିନ୍ତୁ ଦ୍ରୁତତମ। କାରଣ ଅନିଲ କୁମ୍ବଲେ ତାଙ୍କ ୧୦୫ତମ ଟେଷ୍ଟ୍ରେ ୫୦୦ ୱିକେଟ୍ ପୂର୍ଣ୍ଣ କରିଥିଲେ। ଅଶ୍ବିନ ୭ ଟେଷ୍ଟ୍ କମ୍ ଖେଳିଛନ୍ତି। ୨୦୧୧ରେ ଅଶ୍ବିନ୍ ପଦାର୍ପଣ କରିବା ପରଠାରୁ ତାଙ୍କଠାରୁ କେବଳ ନାଥନ୍ ଲାୟନ୍ (୫୦୯) ଅଧିକ ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ଦୁଇ ଇଂଲିସ୍ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ଓ ଜେମ୍ସ ଆଣ୍ଡରସନ୍ ୩୬୦ରୁ ଊର୍ଧ୍ବ ୱିକେଟ୍ ନେଇଛନ୍ତି।

Tags: