ଟେଷ୍ଟ ଅବସରରୁ ଫେରିଲେ ମୋଇନ୍ ଅଲ୍ଲୀ

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍ ଅଲ୍ଲୀ ଗତ ସେପ୍ଟେମ୍ବରରୁ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇସାରିଥିଲେ ମଧ୍ୟ ପୁଣି ଥରେ ତାଙ୍କୁ ଆସେସ୍ ଦଳରେ ସାମିଲ କରାଯାଇଛି। ଇଂଲଣ୍ଡ ସ୍ପିନର ଜାକ୍ ଲିଚ୍ ଆହତ ହୋଇ ଆସେସ୍ ଶୃଙ୍ଖଳାରୁ ବାଦ୍ ପଡ଼ିବା ପରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ମୋଇନ୍ଙ୍କୁ ଅବସରରୁ ଫେରାଇ ଆଣିଛି। ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ, ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ ଏବଂ ଇସିବି ପୁରୁଷ ଦଳର ପରିଚାଳନା ନିର୍ଦ୍ଦେଶକ ରବ୍ କି’ଙ୍କ ସହିତ ଆଲୋଚନା […]

Samaya Live Picture
Published On

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍ ଅଲ୍ଲୀ ଗତ ସେପ୍ଟେମ୍ବରରୁ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇସାରିଥିଲେ ମଧ୍ୟ ପୁଣି ଥରେ ତାଙ୍କୁ ଆସେସ୍ ଦଳରେ ସାମିଲ କରାଯାଇଛି। ଇଂଲଣ୍ଡ ସ୍ପିନର ଜାକ୍ ଲିଚ୍ ଆହତ ହୋଇ ଆସେସ୍ ଶୃଙ୍ଖଳାରୁ ବାଦ୍ ପଡ଼ିବା ପରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ମୋଇନ୍ଙ୍କୁ ଅବସରରୁ ଫେରାଇ ଆଣିଛି। ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ, ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ ଏବଂ ଇସିବି ପୁରୁଷ ଦଳର ପରିଚାଳନା ନିର୍ଦ୍ଦେଶକ ରବ୍ କି’ଙ୍କ ସହିତ ଆଲୋଚନା କରିବା ପରେ ମୋଇନ୍ ପୁଣି ଥରେ ଟେଷ୍ଟ କ୍ରିକେଟ୍କୁ ଫେରିବାକୁ ରାଜି ହୋଇଛନ୍ତି। ଯେଉଁଥିପାଇଁ ତାଙ୍କୁ ଇଂଲଣ୍ଡ ଆସେସ୍ ଦଳରେ ସାମିଲ କରାଯାଇଛି। ୩୫ ବର୍ଷିୟ ମୋଇନ୍ ୨୦୧୪ରେ ଟେଷ୍ଟ ପଦାର୍ପଣ କରିଥିଲା ବେଳେ ୨୦୨୧ରେ ଭାରତ ବିପକ୍ଷରେ ଓଭାଲ୍ରେ ଶେଷ ମ୍ୟାଚ୍ ଖେଳିଥିଲେ। ଆସେସ୍ ଶୃଙ୍ଖଳାରେ ତାଙ୍କର ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି କି’ ପ୍ରତିକ୍ରିୟା ଦେଇଛନ୍ତି।

Tags: