ଟାଟା ଷ୍ଟିଲ୍ ମାଷ୍ଟର୍ସରେ ଯୌନ ଆକ୍ଷେପ ଅଭିଯୋଗ ଆଣିଲେ ଦିବ୍ୟା ଦେଶମୁଖ
ନୂଆଦିଲ୍ଲୀ: ନେଦରଲାଣ୍ଡ୍ସରେ ଶେଷ ହୋଇଥିବା ଟାଟା ଷ୍ଟିଲ୍ ମାଷ୍ଟର୍ସରେ ଭାରତୀୟ ମହିଳା ଚେସ୍ ଖେଳାଳି ଦିବ୍ୟା ଦେଶମୁଖଙ୍କୁ ଦର୍ଶକମାନେ ଯୌନ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ମ୍ୟାଚ୍ ସମୟରେ ସେମାନେ ଦିବ୍ୟାଙ୍କ ଚୁଟି, ପୋଷାକ ଓ ଭାଷା ପ୍ରତି ଧ୍ୟାନ ଦେଉଥିବା ସେ କହିଛନ୍ତି। ନଗପୁରର ଏହି ୧୮ ବର୍ଷୀୟା ଆନ୍ତର୍ଜାତିକ ମାଷ୍ଟର୍ (ଆଇଏମ୍) ଗତବର୍ଷ ଏସୀୟ ମହିଳା ଚେସ୍ ଚାମ୍ପିଅନ୍ସିପ୍ ବିଜେତା ହୋଇଥିଲେ। କିନ୍ତୁ ଚେସ୍ ଖେଳରେ ମହିଳାମାନଙ୍କ ପ୍ରତି କିଭଳି ବ୍ୟବହାର ପ୍ରଦର୍ଶନ କରାଯାଉଛି […]
ନୂଆଦିଲ୍ଲୀ: ନେଦରଲାଣ୍ଡ୍ସରେ ଶେଷ ହୋଇଥିବା ଟାଟା ଷ୍ଟିଲ୍ ମାଷ୍ଟର୍ସରେ ଭାରତୀୟ ମହିଳା ଚେସ୍ ଖେଳାଳି ଦିବ୍ୟା ଦେଶମୁଖଙ୍କୁ ଦର୍ଶକମାନେ ଯୌନ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ମ୍ୟାଚ୍ ସମୟରେ ସେମାନେ ଦିବ୍ୟାଙ୍କ ଚୁଟି, ପୋଷାକ ଓ ଭାଷା ପ୍ରତି ଧ୍ୟାନ ଦେଉଥିବା ସେ କହିଛନ୍ତି। ନଗପୁରର ଏହି ୧୮ ବର୍ଷୀୟା ଆନ୍ତର୍ଜାତିକ ମାଷ୍ଟର୍ (ଆଇଏମ୍) ଗତବର୍ଷ ଏସୀୟ ମହିଳା ଚେସ୍ ଚାମ୍ପିଅନ୍ସିପ୍ ବିଜେତା ହୋଇଥିଲେ। କିନ୍ତୁ ଚେସ୍ ଖେଳରେ ମହିଳାମାନଙ୍କ ପ୍ରତି କିଭଳି ବ୍ୟବହାର ପ୍ରଦର୍ଶନ କରାଯାଉଛି ଏବଂ ଏହା କିପରି ନିୟମିତ ବ୍ୟାପାରରେ ପରିଣତ ହେଲାଣି ତାହା ଉପରେ ଦିବ୍ୟା ସାମାଜିକ ଗଣମାଧ୍ୟମରେ ଏକ ଲମ୍ବା ଆଲେଖ୍ୟ ପୋଷ୍ଟ୍ କରିଛନ୍ତି। ପ୍ରତିଯୋଗିତାର ଚ୍ୟାଲେଞ୍ଜର୍ସ ବିଭାଗରେ ଦିବ୍ୟା ୪.୫ ସ୍କୋର୍ କରି ଦ୍ବାଦଶ ସ୍ଥାନରେ ରହିଥିଲେ। ଦିବ୍ୟା ଲେଖିଛନ୍ତି ଯେ, ‘‘ଏହି ଘଟଣା ବିଷୟରେ ଆଗରୁ କହିବାକୁ ଚାିହୁଥିଲି। କିନ୍ତୁ ପ୍ରତିଯୋଗିତା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲି। ଖେଳ ସମୟରେ ମହିଳାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଚଳେଇ ନେବାକୁ କୁହାଯାଇଥିଲା ଏବଂ ମୁଁ ନିଜେ ମଧ୍ୟ ଦେଖିବାକୁ ପାଇଥିଲି। ମ୍ୟାଚ୍ରେ ଆରମ୍ଭରୁ ଦର୍ଶକଙ୍କ ସହିତ ମୋର କିଛି ସମସ୍ୟା ନଥିଲା। ଦର୍ଶକଙ୍କ ବ୍ୟବହାର ମୋତେ ଗର୍ବିତ କରୁଥିଲା। କିନ୍ତୁ ଯେତେବେଳେ ଲୋକମାନେ ମୋତେ ଦର୍ଶକଙ୍କ ବ୍ୟବହାର ସଂକ୍ରାନ୍ତରେ ପ୍ରକୃତ କଥା କହିଥିଲେ, ଆଶ୍ଚର୍ଯ୍ୟ ଲାଗିଥିଲା। ଦର୍ଶକଙ୍କୁ ଖେଳ ସହିତ କିଛି ଯାଏ ଆସ ନଥିଲା। ସେମାନେ ମୋର ବେଶ ପୋଷାକ ଓ ଶାରୀରିକ ଗଢ଼ଣକୁ ଇଙ୍ଗିତ କରୁଥିଲେ। ଜଣେ ପୁରୁଷ ଖେଳାଳି ଖେଳିବା ବେଳେ ସମସ୍ତଙ୍କ ଧ୍ୟାନ କେବଳ ଗେମ୍ ଉପରେ ଥାଏ, କିନ୍ତୁ ଜଣେ ମହିଳାଙ୍କ କ୍ଷେତ୍ରରେ ତାଙ୍କ ଦକ୍ଷତାକୁ ମାପକାଠି ଭାବେ ନିଆଯାଇ ନଥାଏ। ମୋ ସାକ୍ଷାତକାରରେ ଖେଳ ବିଷୟରେ ଯେତେ ଆଲୋଚନା ହୋଇ ନାହିଁ, ସାକ୍ଷତକାର ବେଳେ କ’ଣ କେମିତି କହିଲି ତାହା ଉପରେ ଦର୍ଶକମାନେ ଅଧିକ ଆଲୋଚନା କରୁଛନ୍ତି। ବହୁତ କମ୍ ଲୋକ ଖେଳ ଉପରେ ଧ୍ୟାନ ଦେଇଛନ୍ତି। ତେଣୁ ଏଭଳି କଥା ଶୁଣି ମୁଁ ମର୍ମାହତ’’ ବୋଲି ଦିବ୍ୟା ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଥିଲେ।




