ଜ୍ବରରେ ପୀଡ଼ିତ ଶୁବମନ୍ ଗିଲ୍; ପ୍ରଥମ ବିଶ୍ବକପ୍ ମ୍ୟାଚ୍ ଖେଳିବା ଆଶଙ୍କାରେ

ଚେନ୍ନାଇ: ଭାରତର ବିଶ୍ବକପ୍ ଅଭିଯାନ ଆରମ୍ଭ ପୂର୍ବରୁ ଏକ ଶକ୍ତ ଝଟକା ଲାଗିଛି। ଯୁବ ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ୍ ଜ୍ବରରେ ପୀଡ଼ିତ ହୋଇଛନ୍ତି। ଯେଉଁଥି ପାଇଁ ଶୁକ୍ରବାର ତାଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଛି। ଯଦି ରିପୋର୍ଟ ପଜିଟିଭ୍ ଆସେ ତାହେଲେ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ସେ ଖେଳିବା ସମ୍ଭାବନା କମ୍ ରହିଛି। ଗୁରୁବାର ଭାରତୀୟ ଦଳ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅଭ୍ୟାସ ପାଇଁ ପହଞ୍ଚିଥିଲେ ମଧ୍ୟ ଗିଲ୍ ଅସୁସ୍ଥତା କାରଣରୁ ଅନୁପସ୍ଥିତ ଥିଲେ। ବିସିସିଆଇ […]

Samaya Live Picture
Published On

ଚେନ୍ନାଇ: ଭାରତର ବିଶ୍ବକପ୍ ଅଭିଯାନ ଆରମ୍ଭ ପୂର୍ବରୁ ଏକ ଶକ୍ତ ଝଟକା ଲାଗିଛି। ଯୁବ ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ୍ ଜ୍ବରରେ ପୀଡ଼ିତ ହୋଇଛନ୍ତି। ଯେଉଁଥି ପାଇଁ ଶୁକ୍ରବାର ତାଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଛି। ଯଦି ରିପୋର୍ଟ ପଜିଟିଭ୍ ଆସେ ତାହେଲେ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ସେ ଖେଳିବା ସମ୍ଭାବନା କମ୍ ରହିଛି। ଗୁରୁବାର ଭାରତୀୟ ଦଳ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅଭ୍ୟାସ ପାଇଁ ପହଞ୍ଚିଥିଲେ ମଧ୍ୟ ଗିଲ୍ ଅସୁସ୍ଥତା କାରଣରୁ ଅନୁପସ୍ଥିତ ଥିଲେ। ବିସିସିଆଇ ମେଡିକାଲ୍ ଟିମ୍ ମଧ୍ୟ ଗିଲ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚେନ୍ନାଇରେ ପହଞ୍ଚିବା ଦିନଠୁ ଗିଲ୍ଙ୍କୁ ଜ୍ବର ହୋଇଥିଲା। କିଛି ପ୍ରାଥମିକ ପରୀକ୍ଷା କରାଯାଇଛି। ଶନିବାର ତାଙ୍କର ବିଶ୍ବକପ୍ ପ୍ରଥମ ମ୍ୟାଚ୍ ଖେଳିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଯଦି ତାଙ୍କୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗେ ତାହେଲେ ହୁଏତ ଆଫଗାନିସ୍ତାନ (୧୧ ତାରିଖ) ଓ ପାକିସ୍ତାନ (୧୪ ତାରିଖ) ବିପକ୍ଷ ମ୍ୟାଚ୍ରେ ମଧ୍ୟ ଖେଳିବା ସମ୍ଭାବନା କମ୍ ରହୁଛି। ଯଦି ଗିଲ୍ ପ୍ରଥମ ମ୍ୟାଚ୍ରେ ନଖେଳନ୍ତି ତାହେଲେ ରୋହିତ ଶର୍ମାଙ୍କ ସହ ଈଶାନ କିଶନ କିମ୍ବା କେଏଲ୍ ରାହୁଲ୍ ପାଳି ଆରମ୍ଭ କରିପାରନ୍ତି।

Tags: