ଜୋହର କପ୍ ପାଇଁ ଘୋଷଣା ହେଲା ୨୦ ଜଣିଆ ଭାରତୀୟ ଦଳ
ନୂଆଦିଲ୍ଲୀ: ଏକାଦଶ ସୁଲତାନ ଜୋହର କପ୍ ଲାଗି ହକି ଇଣ୍ଡିଆ ସୋମବାର ୨୦ ଜଣିଆ ଭାରତୀୟ କନିଷ୍ଠ ପୁରୁଷ ଦଳ ଘୋଷଣା କରିଛି। ଅକ୍ଟୋବର ୨୭ରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ମାଲେସିଆର ଜୋହରଠାରେ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ଲାଗି ଘୋଷିତ ଜାତୀୟ ଦଳରେ ଓଡ଼ିଶାରୁ ଅମନଦୀପ ଲାକ୍ରା, ସୁନୀଲ ଜୋଜୋ ଓ ସୁନୀତ ଲାକ୍ରା ସ୍ଥାନ ପାଇଛନ୍ତି। ଦଳର ନେତୃତ୍ବ ଭାର ଉତ୍ତମ ସିଂହଙ୍କ କାନ୍ଧରେ ରହିଥିଲା ବେଳେ ରାଜିନ୍ଦର ସିଂହ ଉପଅଧିନାୟକ ନିଯୁକ୍ତ […]
ନୂଆଦିଲ୍ଲୀ: ଏକାଦଶ ସୁଲତାନ ଜୋହର କପ୍ ଲାଗି ହକି ଇଣ୍ଡିଆ ସୋମବାର ୨୦ ଜଣିଆ ଭାରତୀୟ କନିଷ୍ଠ ପୁରୁଷ ଦଳ ଘୋଷଣା କରିଛି। ଅକ୍ଟୋବର ୨୭ରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ମାଲେସିଆର ଜୋହରଠାରେ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ଲାଗି ଘୋଷିତ ଜାତୀୟ ଦଳରେ ଓଡ଼ିଶାରୁ ଅମନଦୀପ ଲାକ୍ରା, ସୁନୀଲ ଜୋଜୋ ଓ ସୁନୀତ ଲାକ୍ରା ସ୍ଥାନ ପାଇଛନ୍ତି। ଦଳର ନେତୃତ୍ବ ଭାର ଉତ୍ତମ ସିଂହଙ୍କ କାନ୍ଧରେ ରହିଥିଲା ବେଳେ ରାଜିନ୍ଦର ସିଂହ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଭାରତ ପୁଲ୍-ବି’ରେ ଆୟୋଜକ ମାଲେସିଆ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ସହ ରହିଛି। ପୁଲ୍-ଏ’ରେ ଜର୍ମାନି, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଗ୍ରେଟ ବ୍ରିଟେନ ରହିଛନ୍ତି। ପ୍ରତି ଗ୍ରୁପ୍ର ଶୀର୍ଷ ଦୁଇ ଦଳ ସେମିଫାଇନାଲ୍କୁ ଉନ୍ନୀତ ହେବେ। ଉଦ୍ଘାଟନୀ ଦିବସରେ ଭାରତ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୨୮ରେ ମାଲେସିଆ ଓ ୩୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଗ୍ରୁପ୍ ପର୍ଯ୍ୟାୟ ଶେଷ କରିବ। ସେମିଫାଇନାଲ୍ ନଭେମ୍ବର ୩ରେ ଏବଂ ଫାଇନାଲ୍ ୪ରେ ଖେଳାଯିବ।




