ଜୁଲାଇରେ ୱେଷ୍ଟଇଣ୍ଡିଜ୍ ସହ ୧୦ ଆନ୍ତର୍ଜାତିକ ମ୍ୟାଚ ଖେଳିବ ଭାରତ
ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ପରେ ଭାରତୀୟ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ଏହି ପୂର୍ଣ୍ଣକାଳୀନ ଗସ୍ତରେ ଭାରତ ୨ ଟେଷ୍ଟ ଏବଂ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳିବ। ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୧୩ ତାରିଖ ମାସକ ମଧ୍ୟରେ ମୋଟ ୧୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ ଭାରତ। ଡୋମିନିକା ଓ ତ୍ରିନିଦାଦରେ ଦୁଇ ଟେଷ୍ଟ୍ ଖେଳାଯିବ ବୋଲି ପ୍ରାକ୍ ସୂଚନା ମିଳିଛି। ଡୋମିନିକାରେ ଜୁଲାଇ୧୨ରୁ ୧୬ ମଧ୍ୟରେ ଏବଂ ତ୍ରିନିଦାଦରେ […]
ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ପରେ ଭାରତୀୟ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ଏହି ପୂର୍ଣ୍ଣକାଳୀନ ଗସ୍ତରେ ଭାରତ ୨ ଟେଷ୍ଟ ଏବଂ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳିବ। ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୧୩ ତାରିଖ ମାସକ ମଧ୍ୟରେ ମୋଟ ୧୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ ଭାରତ। ଡୋମିନିକା ଓ ତ୍ରିନିଦାଦରେ ଦୁଇ ଟେଷ୍ଟ୍ ଖେଳାଯିବ ବୋଲି ପ୍ରାକ୍ ସୂଚନା ମିଳିଛି। ଡୋମିନିକାରେ ଜୁଲାଇ୧୨ରୁ ୧୬ ମଧ୍ୟରେ ଏବଂ ତ୍ରିନିଦାଦରେ ଜୁଲାଇ ୨୦ରୁ ୨୪ ତାରିଖ ମଧ୍ୟରେ ଏହି ଦୁଇ ଟେଷ୍ଟ ଖେଳାଯିବାର ପ୍ରସ୍ତାବ ରହିଛି। ସେହିଭଳି ଜୁଲାଇ ୨୭, ୨୯ (ବାର୍ବାଡସ) ଏବଂ ଅଗଷ୍ଟ ପହିଲା (ତ୍ରିନିଦାଦ)ରେ ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଖେଳାଯିବ। ୫ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଚରଣର ୩ ମ୍ୟାଚ୍ ଅଗଷ୍ଟ ୪ (ତ୍ରିନିଦାଦ), ୬ ଓ ୮ (ଗାଏନା)ରେ ଖେଳାଯିବ। ଶେଷ ଦୁଇ ଟ୍ବେଣ୍ଟି-୨୦ ଆମେରିକାର ଫ୍ଲୋରିଡ଼ା (ଅଗଷ୍ଟ ୧୨ ଓ ୧୩)ରେ ଖେଳାଯିବ।




