ଜୁନ୍ ୧୮ ରୁ ଜିମ୍ବାୱେରେ ଖେଳାଯିବ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ
ଦୁବାଇ: ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ୍ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଜୁନ୍ ୧୮ରୁ ଖେଳାଯିବ। ଯୋଗ୍ୟତା ପର୍ଯ୍ୟାୟ ଜିମ୍ବାୱେର ୪ଟି ଷ୍ଟାଡିୟମ୍ରେ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏସଂକ୍ରାନ୍ତରେ ଆଇସିସି ପକ୍ଷରୁ ମଙ୍ଗଳବାର ସୂଚୀ ଜାରି କରାଯାଇଛି। ଏହି ପର୍ଯ୍ୟାୟରେ ୧୦ ଦଳଙ୍କୁ ଦୁଇଟି ଗ୍ରୁପ୍ରେ ବଣ୍ଟାଯାଇଛି। ଗ୍ରୁପ୍ ଏ’ରେ ୱେଷ୍ଟଇଣ୍ଡିଜ, ଜିମ୍ବାୱେ, ନେଦରଲାଣ୍ଡ୍ସ, ନେପାଳ, ଆମେରିକା ଏବଂ ଗ୍ରୁପ୍ ବି’ରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ, ସ୍କଟଲାଣ୍ଡ, ଓମାନ, ୟୁଏଇ ସ୍ଥାନ ପାଇଛନ୍ତି। ମ୍ୟାଚ୍ଗୁଡ଼ିକ […]
ଦୁବାଇ: ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ୍ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଜୁନ୍ ୧୮ରୁ ଖେଳାଯିବ। ଯୋଗ୍ୟତା ପର୍ଯ୍ୟାୟ ଜିମ୍ବାୱେର ୪ଟି ଷ୍ଟାଡିୟମ୍ରେ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏସଂକ୍ରାନ୍ତରେ ଆଇସିସି ପକ୍ଷରୁ ମଙ୍ଗଳବାର ସୂଚୀ ଜାରି କରାଯାଇଛି। ଏହି ପର୍ଯ୍ୟାୟରେ ୧୦ ଦଳଙ୍କୁ ଦୁଇଟି ଗ୍ରୁପ୍ରେ ବଣ୍ଟାଯାଇଛି। ଗ୍ରୁପ୍ ଏ’ରେ ୱେଷ୍ଟଇଣ୍ଡିଜ, ଜିମ୍ବାୱେ, ନେଦରଲାଣ୍ଡ୍ସ, ନେପାଳ, ଆମେରିକା ଏବଂ ଗ୍ରୁପ୍ ବି’ରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ, ସ୍କଟଲାଣ୍ଡ, ଓମାନ, ୟୁଏଇ ସ୍ଥାନ ପାଇଛନ୍ତି। ମ୍ୟାଚ୍ଗୁଡ଼ିକ ହରାରେ ସ୍ପୋର୍ଟ୍ସ କ୍ଲବ, ତକସିଙ୍ଗା କ୍ରିକେଟ୍ କ୍ଲବ, କ୍ବିନ୍ସ ସ୍ପୋର୍ଟ୍ସ କ୍ଲବ୍ ଓ ବୁଲାୱାୟୋ ଆଥଲେଟିକ କ୍ଲବ୍ରେ ଖେଳାଯିବ। ଗ୍ରୁପ୍ ପର୍ଯ୍ୟାୟରେ ୨୦ ମ୍ୟାଚ୍ ଅନୁଷ୍ଠିତ ହେବ। ଏହାପରେ ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ତିନି ଦଳ ସୁପର ସିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଅନ୍ୟ ୪ ଦଳ ପ୍ଲେ ଅଫ୍ରେ ସପ୍ତମରୁ ଦଶମ ସ୍ଥାନ ପାଇଁ ଖେଳିବେ। ସୁପର ସିକ୍ସର ଶ୍ରେଷ୍ଠ ଦୁଇ ଦଳଙ୍କ ମଧ୍ୟରେ ଫାଇନାଲ୍ ଖେଳାଯିବ ଏବଂ ଏମାନେ ବିଶ୍ବକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ।




