ଜୁନ୍ ୧୩ ରୁ ଚେନ୍ନାଇରେ ସ୍କ୍ବାସ୍ ବିଶ୍ବକପ୍
ଚେନ୍ନାଇ: ଆସନ୍ତା ଜୁନ୍ ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ଏକ୍ସପ୍ରେସ୍ ଆଭେନ୍ୟୁ ମଲ୍ ଏବଂ ଇଣ୍ଡିଆନ୍ ସ୍କ୍ବାସ୍ ଆଣ୍ଡ ଟ୍ରାଏଥଲନ୍ ଏକାଡେମି ପରିସରରେ ସ୍କ୍ବାସ୍ ବିଶ୍ବକପ୍ର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଭାରତ ସମେତ ହଂକଂ, ଚୀନ, ଜାପାନ, ମାଲେସିଆ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ କଲମ୍ବିଆ ଏହି ବିଶ୍ବକପ୍ରେ ଅଂଶଗ୍ରହଣ କରିବେ। ଶେଷ ଥର ପାଇଁ ସ୍କ୍ବାସ୍ ବିଶ୍ବକପ୍ ୨୦୧୧ରେ ହୋଇଥିଲା ବେଳେ ତାହାକୁ ମଧ୍ୟ ଚେନ୍ନାଇରେ ଖେଳାଯାଇଥିଲା। ଏଥର ବିଶ୍ବକପ୍ର […]
ଚେନ୍ନାଇ: ଆସନ୍ତା ଜୁନ୍ ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ଏକ୍ସପ୍ରେସ୍ ଆଭେନ୍ୟୁ ମଲ୍ ଏବଂ ଇଣ୍ଡିଆନ୍ ସ୍କ୍ବାସ୍ ଆଣ୍ଡ ଟ୍ରାଏଥଲନ୍ ଏକାଡେମି ପରିସରରେ ସ୍କ୍ବାସ୍ ବିଶ୍ବକପ୍ର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଭାରତ ସମେତ ହଂକଂ, ଚୀନ, ଜାପାନ, ମାଲେସିଆ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ କଲମ୍ବିଆ ଏହି ବିଶ୍ବକପ୍ରେ ଅଂଶଗ୍ରହଣ କରିବେ। ଶେଷ ଥର ପାଇଁ ସ୍କ୍ବାସ୍ ବିଶ୍ବକପ୍ ୨୦୧୧ରେ ହୋଇଥିଲା ବେଳେ ତାହାକୁ ମଧ୍ୟ ଚେନ୍ନାଇରେ ଖେଳାଯାଇଥିଲା। ଏଥର ବିଶ୍ବକପ୍ର ପ୍ରତ୍ୟେକ ଦଳରେ ଦୁଇ ଜଣ ଲେଖାଏଁ ପୁରୁଷ ଓ ମହିଳା ଖେଳାଳି ରହିବେ। ପ୍ରତ୍ୟେକ ମ୍ୟାଚ୍ ୫ ସେଟ୍ରେ ଖେଳାଯିବ ଏବଂ ପ୍ରତି ସେଟ୍ରେ ସର୍ବାଧିକ ୭ ପଏଣ୍ଟ ରହିବ। ଭାରତୀୟ ଦଳରେ ସୌରଭ ଘୋଷାଲ, ଅଭୟ ସିଂହ, ଜ୍ୟୋତ୍ସ୍ନା ଚିନାପ୍ପା, ତନଭି ଖାନ୍ନା ସ୍ଥାନ ପାଇଛନ୍ତି। ବିଶ୍ବକପ୍ ଆୟୋଜନ ପାଇଁ ତାମିଲନାଡୁ ସରକାର ଦେଢ଼ କୋଟି ଟଙ୍କାର ସହାୟତା ଯୋଗାଇ ଦେଇଥିବା ଜଣାପଡ଼ିଛି।




