ଜୁନିୟର ଏସିଆ କପ୍‌ ହକିରେ ଭାରତ-କୋରିଆ ମ୍ୟାଚ ଡ୍ର

କାକାମିଗାହାରା: ଜୁନିୟର ଏସିଆ କପ୍‌ ହକି ପ୍ରତିଯୋଗିତାରେ ଲଗାତାର ଦୁଇ ବିଜୟ ପାଇଥିବା ଭାରତ ଶକ୍ତିଶାଳୀ ‌ଦକ୍ଷିଣ କୋରିଆ ସହ ଖେଳିଥିବା ତୃତୀୟ ମ୍ୟାଚ ୨-୨ ଗୋଲ୍‌ରେ ଡ୍ର ରହିଛି। ଫଳରେ ଭାରତ ୩ରୁ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ପୁଲ୍‌-ଏ’ର ଶୀର୍ଷରେ ରହିଛି। ଶେଷ ତଥା ଚତୁର୍ଥ ପୁଲ୍‌ ମ୍ୟାଚ୍‌ରେ ଭାରତ ଗୁରୁବାର ଚାଇନିଜ୍‌ ତାଇପେଇ ବିପକ୍ଷରେ ଖେଳିବ। ତୃତୀୟ ମ୍ୟାଚରେ ୧୫ତମ ମିନିଟ୍‌ରେ ୟୁଜିନ୍‌ ଲିଙ୍କ ଗୋଲ୍‌ରେ ଦକ୍ଷିଣ […]

Samaya Live Picture
Published On

କାକାମିଗାହାରା: ଜୁନିୟର ଏସିଆ କପ୍‌ ହକି ପ୍ରତିଯୋଗିତାରେ ଲଗାତାର ଦୁଇ ବିଜୟ ପାଇଥିବା ଭାରତ ଶକ୍ତିଶାଳୀ ‌ଦକ୍ଷିଣ କୋରିଆ ସହ ଖେଳିଥିବା ତୃତୀୟ ମ୍ୟାଚ ୨-୨ ଗୋଲ୍‌ରେ ଡ୍ର ରହିଛି। ଫଳରେ ଭାରତ ୩ରୁ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ପୁଲ୍‌-ଏ’ର ଶୀର୍ଷରେ ରହିଛି। ଶେଷ ତଥା ଚତୁର୍ଥ ପୁଲ୍‌ ମ୍ୟାଚ୍‌ରେ ଭାରତ ଗୁରୁବାର ଚାଇନିଜ୍‌ ତାଇପେଇ ବିପକ୍ଷରେ ଖେଳିବ। ତୃତୀୟ ମ୍ୟାଚରେ ୧୫ତମ ମିନିଟ୍‌ରେ ୟୁଜିନ୍‌ ଲିଙ୍କ ଗୋଲ୍‌ରେ ଦକ୍ଷିଣ କୋରିଆ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୩୦ତମ ମିନିଟ୍‌ରେ ଜ‌ିୟୋଁ ଚୋଇ ଗୋଲ୍‌ ଦେଇ ଦକ୍ଷିଣ କୋରିଆକୁ ପ୍ରଥମାର୍ଦ୍ଧରେ ୨-୦ରେ ରଖିଥିଲେ। ଏହା ପରେ ୪୩ତମ ମିନିଟ୍‌ରେ ଦୀପିକା ସୋରେଙ୍ଗଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ୫୪ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଦୀପିକା ଗୋଲ୍‌ରେ ପରିଣତ କରି ସ୍ଥିତି ୨-୨ ସମାନ ସ୍ତରକୁ ଆଣିଥିଲେ।

Tags: