ଜୁନିଅର ମହିଳା ଏସିଆ କପ୍ ହକି: ଚାଇନିଜ୍ ତାଇପେଇକୁ ହରାଇ ଭାରତ ସେମିଫାଇନାଲରେ

କାକାମିଗାହାରା: ଜୁନିଅର ମହିଳା ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଭାରତ ପ୍ରବେଶ କରିଛି। ପୁଲ୍-ଏ’ରେ ସ୍ଥାନ ପାଇଥିବା ଭାରତ ଶେଷ ଲିଗ୍ ମ୍ୟାଚ୍ରେ ଚାଇନିଜ୍ ତାଇପେଇକୁ ୧୧-୦ ଗୋଲ୍ରେ ହରାଇଥିଲା। ଫଳରେ ୪ ମ୍ୟାଚ୍ରୁ ୩ ବିଜୟ ଓ ୧ ଅମୀମାଂସିତରୁ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଥିଲା। ଭାରତ ଶନିବାର ସେମିଫାଇନାଲ୍ରେ ଜାପାନକୁ ଭେଟିବ। ମ୍ୟାଚ୍ର ପ୍ରଥମ ମିନିଟ୍ରେ ହିଁ ବୈଷ୍ଣବୀ ଭିଥାଲ ଫାଲ୍କେଙ୍କ ଫିଲ୍ଡ ଗୋଲ୍ରେ ଭାରତ ଅଗ୍ରଣୀ […]

Samaya Live Picture
Published On

କାକାମିଗାହାରା: ଜୁନିଅର ମହିଳା ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଭାରତ ପ୍ରବେଶ କରିଛି। ପୁଲ୍-ଏ’ରେ ସ୍ଥାନ ପାଇଥିବା ଭାରତ ଶେଷ ଲିଗ୍ ମ୍ୟାଚ୍ରେ ଚାଇନିଜ୍ ତାଇପେଇକୁ ୧୧-୦ ଗୋଲ୍ରେ ହରାଇଥିଲା। ଫଳରେ ୪ ମ୍ୟାଚ୍ରୁ ୩ ବିଜୟ ଓ ୧ ଅମୀମାଂସିତରୁ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଥିଲା। ଭାରତ ଶନିବାର ସେମିଫାଇନାଲ୍ରେ ଜାପାନକୁ ଭେଟିବ। ମ୍ୟାଚ୍ର ପ୍ରଥମ ମିନିଟ୍ରେ ହିଁ ବୈଷ୍ଣବୀ ଭିଥାଲ ଫାଲ୍କେଙ୍କ ଫିଲ୍ଡ ଗୋଲ୍ରେ ଭାରତ ଅଗ୍ରଣୀ ନେଇଥିଲା। ଏହାପରେ ଦୀପିକା ୩ ମିନିଟରେ ପେନାଲ୍ଟି ଗୋଲ୍ ଦେଇଥିଲେ। ପ୍ରଥମ କ୍ବାର୍ଟରର ଶେଷ ୫ ମିନିଟ୍ରେ ଅନୁ (୧୦ ମିନିଟ୍) ଓ ଋତୁଜା ଦାଦାସୋ ପିସାଲ (୧୨ ମିନିଟ୍)ଙ୍କ ଗୋଲ୍ରେ ଭାରତ ୪-୦ରେ ଆଗୁଆ ହୋଇଯାଇଥିଲା। ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ସମାନ ଆରମ୍ଭ କରିଥିଲା ଭାରତ। ୧୯ତମ ମିନିଟ୍ରେ ନୀଲମ ଗୋଲ୍ ଦେଇ ଭାରତକୁ ୫-୦ରେ ଅଗ୍ରଣୀ ଦେଇଥିଲେ। ତୃତୀୟ କ୍ବାର୍ଟରରେ ମଞ୍ଜୁ ଚୌରାସିଆ ୩୩ ମିନିଟ୍ ଏବଂ ଓଡ଼ିଶାର ସୁନେଲିତା ଟପ୍ପୋ ୪୪ ମିନିଟରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ସ୍ଥିତି ୭-୦ କରିଥିଲେ। ଶେଷ ତଥା ଚତୁର୍ଥ କ୍ବାର୍ଟରରେ ଦୀପିକା ସୋରେଙ୍ଗ ୪୬ ମିନିଟ୍, ଅନୁ ୫୨ ମିନିଟ୍, ମମତାଜ ଖାନ ୫୫ ମିନିଟ୍ ଓ ସୁନେଲିତା ୫୭ ମିନିଟରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତକୁ ବଡ଼ ବିଜୟ ଭେଟି ଦେଇଥିଲେ। ଦୀପିକା ସୋରେଙ୍ଗ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Tags: