ଜୁନିଅର ଏସିଆ କପ୍ ହକିରେ ପାକିସ୍ତାନକୁ ହରାଇ ଭାରତ ଚତୁର୍ଥ ଥର ଚାମ୍ପିଅନ୍
ସଲାଲା (ଓମାନ୍): ଚତୁର୍ଥ ଥର ଲାଗି ଭାରତ ଜୁନିଅର ଏସିଆ କପ୍ ହକି ଚାମ୍ପିଅନ୍ ହୋଇଛି। ପୂର୍ବରୁ ଭାରତ ୨୦୦୪, ୨୦୦୮ ଓ ୨୦୧୫ରେ ଚାମ୍ପିଅନ୍ ହୋଇଥିଲା। ଫାଇନାଲ୍ରେ ଭାରତ ୨-୧ ଗୋଲରେ ପାକିସ୍ତାନକୁ ହରାଇ ଚତୁର୍ଥ ଟ୍ରଫି ସଫଳତା ପାଇଛି। ମ୍ୟାଚ୍ର ୧୩ତମ ମିନିଟ୍ରେ ଅଙ୍ଗଦ ବୀର ସିଂହଙ୍କ ଗୋଲ୍ରେ ଭାରତ ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟରରେ ଅର୍ଜିତ ସିଂହ ହୁଣ୍ଡାଲ (୨୦ ମିନିଟ୍) ଦଳ ପାଇଁ ଦ୍ବିତୀୟ ଗୋଲ୍ ସ୍କୋର୍ କରିଥିଲେ। ପ୍ରଥମାର୍ଦ୍ଧ ୨-୦ରେ […]
ସଲାଲା (ଓମାନ୍): ଚତୁର୍ଥ ଥର ଲାଗି ଭାରତ ଜୁନିଅର ଏସିଆ କପ୍ ହକି ଚାମ୍ପିଅନ୍ ହୋଇଛି। ପୂର୍ବରୁ ଭାରତ ୨୦୦୪, ୨୦୦୮ ଓ ୨୦୧୫ରେ ଚାମ୍ପିଅନ୍ ହୋଇଥିଲା। ଫାଇନାଲ୍ରେ ଭାରତ ୨-୧ ଗୋଲରେ ପାକିସ୍ତାନକୁ ହରାଇ ଚତୁର୍ଥ ଟ୍ରଫି ସଫଳତା ପାଇଛି। ମ୍ୟାଚ୍ର ୧୩ତମ ମିନିଟ୍ରେ ଅଙ୍ଗଦ ବୀର ସିଂହଙ୍କ ଗୋଲ୍ରେ ଭାରତ ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟରରେ ଅର୍ଜିତ ସିଂହ ହୁଣ୍ଡାଲ (୨୦ ମିନିଟ୍) ଦଳ ପାଇଁ ଦ୍ବିତୀୟ ଗୋଲ୍ ସ୍କୋର୍ କରିଥିଲେ। ପ୍ରଥମାର୍ଦ୍ଧ ୨-୦ରେ ଆଗୁଆ ଥିବା ଭାରତ ତୃତୀୟ କ୍ବାର୍ଟରରେ ପ୍ରଥମ ଗୋଲ୍ ବରଣ କରିଥିଲା। ପାକିସ୍ତାନର ବାସାରତ ଅଲୀ (୩୮ ମିନିଟ୍) ଏହି ଗୋଲ୍ଟି ଦେଇଥିଲେ। ଚତୁର୍ଥ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହେବାରୁ ଭାରତ ୨-୧ରେ ବିଜୟୀ ହୋଇଥିଲା। ତୃତୀୟ ସ୍ଥାନ ମୁକାବିଲାରେ ଦକ୍ଷିଣ କୋରିଆ ୨-୧ ଗୋଲଲ୍ରେ ମାଲେସିଆକୁ ହରାଇ କାଂସ୍ୟ ପଦକ ଜିତିଥିଲା। ଭାରତୀୟ ଦଳ ଅଧିନାୟକ ଉତ୍ତମ ସିଂହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ ପାଇଁ ୨ ଲକ୍ଷ ଲେଖାଏଁ ଏବଂ ସହଯୋଗୀ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ବୋର୍ଡ ଘୋଷଣା କରିଛି।




