ଜୁନରେ ଆୟୋଜିତ ହେବ ଟାଏକୋଣ୍ଡୋ ପ୍ରିମିୟର ଲିଗ‌ର ଉଦ୍ଘାଟନୀ ସଂସ୍କରଣ

ହାଇଦ୍ରାବାଦ: ପ୍ରଥମଥର ଆୟୋଜିତ ହେବାକୁ ଥିବା ଟାଏକୋଣ୍ଡୋ ପ୍ରିମିୟର ଲିଗ୍ (ଟିପିଏଲ୍) ଆସନ୍ତା ଜୁନ୍ ମାସରେ ଆୟୋଜିତ ହେବ। ଜୁନ୍ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍ ଖେଳାଯିବ। ପ୍ରତିଯୋଗିତାର ଚାମ୍ପିଅନଙ୍କ ପାଇଁ ପାଖାପାଖି ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ଏହାବାଦ୍ ଏକାଧିକ ବ୍ୟକ୍ତିଗତ ପୁରସ୍କାର ମଧ୍ୟ ରଖାଯାଇଥିବା ଲିଗ୍ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଭେଙ୍କଟ କେ. ଗଞ୍ଜାମ ସୂଚନା ଦେଇଛନ୍ତି। ଟିପିଏଲ୍ରେ ଲୋଗୋକୁ ରବିବାର ରାତିରେ ହାଇଦ୍ରାବାଦରେ ଉନ୍ମୋଚନ କରାଯାଇଛି। ଏହି […]

Samaya Live Picture
Published On

ହାଇଦ୍ରାବାଦ: ପ୍ରଥମଥର ଆୟୋଜିତ ହେବାକୁ ଥିବା ଟାଏକୋଣ୍ଡୋ ପ୍ରିମିୟର ଲିଗ୍ (ଟିପିଏଲ୍) ଆସନ୍ତା ଜୁନ୍ ମାସରେ ଆୟୋଜିତ ହେବ। ଜୁନ୍ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍ ଖେଳାଯିବ। ପ୍ରତିଯୋଗିତାର ଚାମ୍ପିଅନଙ୍କ ପାଇଁ ପାଖାପାଖି ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ଏହାବାଦ୍ ଏକାଧିକ ବ୍ୟକ୍ତିଗତ ପୁରସ୍କାର ମଧ୍ୟ ରଖାଯାଇଥିବା ଲିଗ୍ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଭେଙ୍କଟ କେ. ଗଞ୍ଜାମ ସୂଚନା ଦେଇଛନ୍ତି। ଟିପିଏଲ୍ରେ ଲୋଗୋକୁ ରବିବାର ରାତିରେ ହାଇଦ୍ରାବାଦରେ ଉନ୍ମୋଚନ କରାଯାଇଛି। ଏହି ଲିଗ୍ରେ ଦିଲ୍ଲୀ ୱାରିଅର୍ସ, ହାଇଦ୍ରାବାଦ ଗ୍ଲାଇଡର୍ସ, ଗୁଜରାଟ ଥଣ୍ଡର୍ସ, ଆସାମ ହିରୋସ୍, ହରିୟାଣା ହଣ୍ଟର୍ସ, ମହାରାଷ୍ଟ୍ର ଆଭେଞ୍ଜର୍ସ, ବେଙ୍ଗାଲୁରୁ ନିଞ୍ଜାସ୍, ଚେନ୍ନାଇ ଷ୍ଟ୍ରାଇକର୍ସ ନାମରେ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ଦଳଗତ ଭାବେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିଲା ବେଳେ ପ୍ରତି ଦଳରେ ୫ ଖେଳାଳି ରହିବେ। ପ୍ରତି ମ୍ୟାଚ୍ ୫ ରାଉଣ୍ଡରେ ଏବଂ ପ୍ରତି ରାଉଣ୍ଡ ଦେଢ଼ ମିନିଟ୍ ଲେଖାଏଁ ଖେଳାଯିବ। ଏହାମଧ୍ୟରେ ୩୦ ସେକେଣ୍ଡର ଏକ ଷ୍ଟ୍ରାଟେଜିକ୍ ଟାଇମ୍ ଆଉଟ୍ ମଧ୍ୟ ରହିବ। ମ୍ୟାଚ୍ଗୁଡ଼ିକ ଦୁରଦର୍ଶନରେ ସିଧାପ୍ରସାରଣ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Tags: