ଜିମ୍ବାୱେର କିଂବଦନ୍ତି କ୍ରିକେଟର ହିଥ୍ ଷ୍ଟ୍ରିକ୍ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ: ଜିମ୍ବାୱେର କିଂବଦନ୍ତି କ୍ରିକେଟର ହିଥ୍ ଷ୍ଟ୍ରିକ୍ ଗୁରୁତର ଅସୁସ୍ଥ ଅଛନ୍ତି। ଜିମ୍ବାୱେର ପୂର୍ବତନ ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ଡେଭିଡ୍ କୋଲଟାର୍ଟ ଏସଂପର୍କରେ ଟ୍ବିଟରରେ ଏକ ପୋଷ୍ଟ କରିଥିଲା ବେଳେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି। ଡେଭିଡ୍ ମଧ୍ୟ ଷ୍ଟ୍ରିକ୍ଙ୍କ ନିକଟତମ ବନ୍ଧୁ। ସୂଚନା ଅନୁଯାୟୀ, ଷ୍ଟ୍ରିକ୍ କର୍କଟରେ ପୀଡ଼ିତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ୧୯୯୩ ମସିହାରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଷ୍ଟ୍ରିକ୍ […]

Samaya Live Picture
Published On

ନୂଆଦିଲ୍ଲୀ: ଜିମ୍ବାୱେର କିଂବଦନ୍ତି କ୍ରିକେଟର ହିଥ୍ ଷ୍ଟ୍ରିକ୍ ଗୁରୁତର ଅସୁସ୍ଥ ଅଛନ୍ତି। ଜିମ୍ବାୱେର ପୂର୍ବତନ ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ଡେଭିଡ୍ କୋଲଟାର୍ଟ ଏସଂପର୍କରେ ଟ୍ବିଟରରେ ଏକ ପୋଷ୍ଟ କରିଥିଲା ବେଳେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି। ଡେଭିଡ୍ ମଧ୍ୟ ଷ୍ଟ୍ରିକ୍ଙ୍କ ନିକଟତମ ବନ୍ଧୁ। ସୂଚନା ଅନୁଯାୟୀ, ଷ୍ଟ୍ରିକ୍ କର୍କଟରେ ପୀଡ଼ିତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ୧୯୯୩ ମସିହାରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଷ୍ଟ୍ରିକ୍ ୬୫ ଟେଷ୍ଟ ଓ ୧୮୯ ଦିନିକିଆ ଖେଳିସାରିଛନ୍ତି। ୨୧ ଟେଷ୍ଟ ଓ ୬୮ ଦିନିକିଆରେ ସେ ଦଳର ନେତୃତ୍ବ ନେବା ସହ ୨୦୦୫ରେ ଅବସର ନେଇଥିଲେ। ସେ ଏକମାତ୍ର ଜିମ୍ବାୱେ ବୋଲର ଭାବେ ୧୦୦ ଟେଷ୍ଟ ୱିକେଟ୍ ନେଇଛନ୍ତି। ତାଙ୍କ ନେତୃତ୍ବରେ ଜିମ୍ବାୱେ ସ୍ବର୍ଣ୍ଣିମ ସମୟ ଦେଇ ଗତି କରିଥିଲା। କ୍ରିକେଟ୍ରୁ ଅବସର ନେବା ପରଠୁ ସେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ହେଲେ ୨୦୨୧ରେ ଏକ ଦୁର୍ନୀତି ମାମଲାରେ ଆଇସିସି ତାଙ୍କ ଉପରେ ୮ ବର୍ଷର ବାସନ୍ଦ ଲାଗୁ କରିଥିଲା।

Tags: