ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ହେଲେ ବିଶ୍ବର ନଂ୧ କ୍ରୀଡ଼ାବିତ୍

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ଜାଣଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ନୀରଜ ଚୋପ୍ରା ବିଶ୍ବରେ ୧ ନମ୍ବର ମାନ୍ୟତା ପାଇଛନ୍ତି। ସଦ୍ୟତମ ଜାଭେଲିନ୍ ଥ୍ରୋଅର୍ ମାନ୍ୟତାରେ ୧୪୫୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ସେ ବର୍ତ୍ତମାନର ବିଶ୍ୱ ବିଜେତା ଗ୍ରେନାଡାର ଆଣ୍ଡରସନ୍ ପିଟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି। ଆଣ୍ଡରସନ୍ ପିଟର୍ସ ୧୪୩୩ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଚେକ୍ ରିପବ୍ଲିକ୍ ର ଜାକବ ଭାଡେଲେଜ୍ଭ୍ ୧୪୧୬ ପଏଣ୍ଟ ସହ ତାଲିକାର ତୃତୀୟ […]

Samaya Live Picture
Published On

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ଜାଣଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ନୀରଜ ଚୋପ୍ରା ବିଶ୍ବରେ ୧ ନମ୍ବର ମାନ୍ୟତା ପାଇଛନ୍ତି। ସଦ୍ୟତମ ଜାଭେଲିନ୍ ଥ୍ରୋଅର୍ ମାନ୍ୟତାରେ ୧୪୫୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ସେ ବର୍ତ୍ତମାନର ବିଶ୍ୱ ବିଜେତା ଗ୍ରେନାଡାର ଆଣ୍ଡରସନ୍ ପିଟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି। ଆଣ୍ଡରସନ୍ ପିଟର୍ସ ୧୪୩୩ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଚେକ୍ ରିପବ୍ଲିକ୍ ର ଜାକବ ଭାଡେଲେଜ୍ଭ୍ ୧୪୧୬ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଜର୍ମାନୀର ୨୮ ବର୍ଷୀୟ ଜୁଲିଆନ୍ ୱେବର ୧୩୮୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ପାକିସ୍ତାନର ଅର୍ଶଦ ନଦୀମ ୧୩୦୬ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

Tags: