ଜାପାନ ସୁପର ସିରିଜ୍‌ରୁ ବିଦାୟ ନେଲେ ସିନ୍ଧୁ

ଟୋକିଓ: ଅନ୍ତର୍ଜାତୀୟ ସର୍କିଟ୍‌ରେ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ଲଗାତାର ଦୁର୍ବଳ ପ୍ରଦର୍ଶନ ଦେଇ ବିଶ୍ବମାନ୍ୟତାର ୨୦ତମ ସ୍ଥାନକୁ ଖସି ଆସିଥିବା ସିନ୍ଧୁ ଏଠାରେ ଚାଲିଥିବା କୁମାମା‌ତୋ ମାଷ୍ଟର୍ସ ଜାପାନ ସୁପର-୫୦୦ ସିରିଜ୍ ପ୍ରତିଯୋଗିତାର ପ୍ରିକ୍ବାର୍ଟରରେ ହାରି ଯାଇଛନ୍ତି। ତାଙ୍କୁ କାନାଡ଼ାର ୨୩ତମ ମାନ୍ୟତା ଖେଳାଳି ମିଚେଲ ଲି ୨୧-୧୭, ୧୬-୨୧, ୧୭-୨୧ରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌କୁ ଜିତି ୧-୦ରେ ଆଗୁଆ ରହିବା ସତ୍ତ୍ବେ ପରବର୍ତ୍ତୀ ଦୁଇ ସେଟ୍‌ରେ […]

Samaya Live Picture
Published On

ଟୋକିଓ: ଅନ୍ତର୍ଜାତୀୟ ସର୍କିଟ୍‌ରେ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ଲଗାତାର ଦୁର୍ବଳ ପ୍ରଦର୍ଶନ ଦେଇ ବିଶ୍ବମାନ୍ୟତାର ୨୦ତମ ସ୍ଥାନକୁ ଖସି ଆସିଥିବା ସିନ୍ଧୁ ଏଠାରେ ଚାଲିଥିବା କୁମାମା‌ତୋ ମାଷ୍ଟର୍ସ ଜାପାନ ସୁପର-୫୦୦ ସିରିଜ୍ ପ୍ରତିଯୋଗିତାର ପ୍ରିକ୍ବାର୍ଟରରେ ହାରି ଯାଇଛନ୍ତି। ତାଙ୍କୁ କାନାଡ଼ାର ୨୩ତମ ମାନ୍ୟତା ଖେଳାଳି ମିଚେଲ ଲି ୨୧-୧୭, ୧୬-୨୧, ୧୭-୨୧ରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌କୁ ଜିତି ୧-୦ରେ ଆଗୁଆ ରହିବା ସତ୍ତ୍ବେ ପରବର୍ତ୍ତୀ ଦୁଇ ସେଟ୍‌ରେ ହାରିବା ସିନ୍ଧୁଙ୍କ ଆଗୁଆ ବିଦାୟର କାରଣ ହୋଇଛି। ତଥାପି ଏହି ମ୍ୟାଚ୍ ଲାଗି ସେ ୭୫ ମିନିଟ୍ କାଳ ଲଢ଼େଇ କରିଥିଲେ। ସିନ୍ଧୁ ପରାଜିତ ହେବା ପରେ ଏହି ପ୍ରତିଯୋଗିତାରୁ ଭାରତୀୟଙ୍କ ଅଭିଯାନ ଶେ‌ଷ ହୋଇଛି। ପୂର୍ବରୁ ପୁରୁଷ ଏକକରେ ଲକ୍ଷ୍ୟ ସେନ୍‌ ଏବଂ ମହିଳା ଯୁଗଳରେ ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀନାଥ ବିଦାୟ ନେଇ ସାରିଛନ୍ତି।

Tags: