ଜାପନ୍ ଓପନ୍ ବ୍ୟାଡମିଣ୍ଟନ୍: କ୍ବାର୍ଟରରେ ପ୍ରଣୟ, ଲକ୍ଷ୍ୟ, ସାତ୍ବିକ-ଚିରାଗ

ଟୋକିଓ: ଭାରତୀୟ ସଟଲର୍ ଏଚ୍ଏସ୍ ପ୍ରଣୟ ଓ ଲକ୍ଷ୍ୟ ସେନ୍ଙ୍କ ସହ ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ଏଠାରେ ଚାଲିଥିବା ଜାପାନ ଓପନ୍ ସୁପର ୭୫୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ପ୍ରଣୟ ୧୯-୨୧, ୨୧-୯, ୨୧-୯ରେ ନିଜ ଦେଶର କିଦାମ୍ବି ଶ୍ରୀକାନ୍ତଙ୍କୁ ପରାସ୍ତ କରିଥିଲେ। ସେହିପରି ୨୧ ବର୍ଷୀୟ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଲକ୍ଷ୍ୟ ୨୧-୧୪, ୨୧-୧୬ରେ ସ୍ଥାନୀୟ ଖେଳାଳି କାଣ୍ଟା ଟିସୁନେୟାମାଙ୍କୁ […]

Samaya Live Picture
Published On

ଟୋକିଓ: ଭାରତୀୟ ସଟଲର୍ ଏଚ୍ଏସ୍ ପ୍ରଣୟ ଓ ଲକ୍ଷ୍ୟ ସେନ୍ଙ୍କ ସହ ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ଏଠାରେ ଚାଲିଥିବା ଜାପାନ ଓପନ୍ ସୁପର ୭୫୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ପ୍ରଣୟ ୧୯-୨୧, ୨୧-୯, ୨୧-୯ରେ ନିଜ ଦେଶର କିଦାମ୍ବି ଶ୍ରୀକାନ୍ତଙ୍କୁ ପରାସ୍ତ କରିଥିଲେ। ସେହିପରି ୨୧ ବର୍ଷୀୟ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଲକ୍ଷ୍ୟ ୨୧-୧୪, ୨୧-୧୬ରେ ସ୍ଥାନୀୟ ଖେଳାଳି କାଣ୍ଟା ଟିସୁନେୟାମାଙ୍କୁ ହରାଇଥିଲେ। ଫର୍ମରେ ଥିବା ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ବିକ-ଚିରାଗ ୨୧-୧୭, ୨୧-୧୧ରେ ଡେନ୍ମାର୍କ ଯୋଡ଼ି ଲାସି ମୋଲହେଦେ ଓ ଜେପ ବେ’ଙ୍କୁ ମାତ୍ ଦେଇଥିଲେ। ତେବେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିଶା ଜଲି ୨୧-୨୩, ୧୯-୨୧ରେ ନାମି ମସୁୟାମା ଓ ଚିରାରୁ ସିଦାଙ୍କଠୁ ହାରି ବିଦାୟ ନେଇଛନ୍ତି।

Tags: