ଜର୍ସି ବଦଳାଇଲେ ସୂର୍ଯ୍ୟକୁମାର-ଆଲେନ୍

ମୁମ୍ବାଇ: ଭାରତ ଗସ୍ତରେ ଆସିଥିବା ଏନ୍ବିଏ ତାରକା ରେ’ ଆଲେନ୍ ସୂର୍ଯ୍ୟକୁମାର ଯାଦବଙ୍କ ସହିତ ଜର୍ସି ଅଦଳ ବଦଳ କରିଛନ୍ତି। ଦିଲ୍ଲୀସ୍ଥିତ ଗ୍ରେଟର ନଏଡାସ୍ଥିତ ଏନ୍ବିଏ ଏକାଡେମି ଓ ଏନ୍ବିଏ ସ୍କୁଲ୍କୁ ପରିଭ୍ରମଣରେ ଆସିବା ଅବସରରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଦେଖିବାକୁ ୱାଙ୍ଖଡେ ଷ୍ଟାଡିୟମ୍ ଯାଇଥିଲେ। ସେଠାରେ ସୂର୍ଯ୍ୟକୁମାରଙ୍କ ସହିତ ତାଙ୍କର ସାକ୍ଷାତ ହେବା ପରେ ପରସ୍ପର ଜର୍ସି ଅଦଳବଦଳ କରିଥିଲେ। କ୍ରିକେଟ୍ ମ୍ୟାଚ୍ ସମୟରେ ପ୍ରଶଂସକଙ୍କ ଭଲପାଇବା ଓ ଦଳଗୁଡ଼ିକ ପ୍ରତି ସେମାନଙ୍କ ସମର୍ଥନ […]

Samaya Live Picture
Published On

ମୁମ୍ବାଇ: ଭାରତ ଗସ୍ତରେ ଆସିଥିବା ଏନ୍ବିଏ ତାରକା ରେ’ ଆଲେନ୍ ସୂର୍ଯ୍ୟକୁମାର ଯାଦବଙ୍କ ସହିତ ଜର୍ସି ଅଦଳ ବଦଳ କରିଛନ୍ତି। ଦିଲ୍ଲୀସ୍ଥିତ ଗ୍ରେଟର ନଏଡାସ୍ଥିତ ଏନ୍ବିଏ ଏକାଡେମି ଓ ଏନ୍ବିଏ ସ୍କୁଲ୍କୁ ପରିଭ୍ରମଣରେ ଆସିବା ଅବସରରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଦେଖିବାକୁ ୱାଙ୍ଖଡେ ଷ୍ଟାଡିୟମ୍ ଯାଇଥିଲେ। ସେଠାରେ ସୂର୍ଯ୍ୟକୁମାରଙ୍କ ସହିତ ତାଙ୍କର ସାକ୍ଷାତ ହେବା ପରେ ପରସ୍ପର ଜର୍ସି ଅଦଳବଦଳ କରିଥିଲେ। କ୍ରିକେଟ୍ ମ୍ୟାଚ୍ ସମୟରେ ପ୍ରଶଂସକଙ୍କ ଭଲପାଇବା ଓ ଦଳଗୁଡ଼ିକ ପ୍ରତି ସେମାନଙ୍କ ସମର୍ଥନ ଦେଖି ଆଲେନ୍ ଚକିତ ହୋଇଯାଇଥିଲେ। ମ୍ୟାଚ୍ ସମୟରେ ଦର୍ଶକଙ୍କ ମଧ୍ୟରେ ଦେଖାଦେଉଥିବା ଊର୍ଜା, ପାରିପାର୍ଶ୍ବିକ ପରିବେଶ ଓ ଉତ୍ସବକୁ ଦେଖି ସେ ବିଭୋର ହୋଇଥିଲେ।

Tags: