ଜନ୍ମଦିନରେ ଶତକ ମାରିବାରେ କୋହଲି ସପ୍ତମ ଖେଳାଳି
କୋଲକାତା: ଜନ୍ମଦିନରେ ଏକଦିବସୀୟ ଶତକ ଅର୍ଜନ କରିବାରେ କୋହଲି ସପ୍ତମ ଖେଳାଳି ହୋଇଛନ୍ତି। ଏହିକ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର୍ ବିନୋଦ କାମ୍ବଲି ପ୍ରଥମ ସ୍ଥାନରେ ରହିଛନ୍ତି। କାମ୍ବଲି ୧୯୯୩ ମସିହା ଜାନୁଆରି ୧୮ ତାରିଖରେ ନିଜ ୨୧ତମ ଜନ୍ମଦିନରେ ଇଂଲଣ୍ଡ ବିପକ୍ଷରେ ଏହି କୀର୍ତ୍ତିମାନ କରିଥିଲେ। ଜୟପୁରଠାରେ ସେ ଏହି ଅନନ୍ୟ ସଫଳତା ଲାଭ କରିଥିଲେ। ଏହାପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି କ୍ଲବ୍ରେ ସାମିଲ ହୋଇଥିଲେ। ୧୯୯୮ ମସିହାରେ ନିଜ ୨୫ତମ ଜନ୍ମଦିନରେ ଅଷ୍ଟ୍ରେଲିଆ […]
କୋଲକାତା: ଜନ୍ମଦିନରେ ଏକଦିବସୀୟ ଶତକ ଅର୍ଜନ କରିବାରେ କୋହଲି ସପ୍ତମ ଖେଳାଳି ହୋଇଛନ୍ତି। ଏହିକ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର୍ ବିନୋଦ କାମ୍ବଲି ପ୍ରଥମ ସ୍ଥାନରେ ରହିଛନ୍ତି। କାମ୍ବଲି ୧୯୯୩ ମସିହା ଜାନୁଆରି ୧୮ ତାରିଖରେ ନିଜ ୨୧ତମ ଜନ୍ମଦିନରେ ଇଂଲଣ୍ଡ ବିପକ୍ଷରେ ଏହି କୀର୍ତ୍ତିମାନ କରିଥିଲେ। ଜୟପୁରଠାରେ ସେ ଏହି ଅନନ୍ୟ ସଫଳତା ଲାଭ କରିଥିଲେ। ଏହାପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି କ୍ଲବ୍ରେ ସାମିଲ ହୋଇଥିଲେ। ୧୯୯୮ ମସିହାରେ ନିଜ ୨୫ତମ ଜନ୍ମଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ଶତକୀୟ ପାଳି ଖେଳିଥିଲେ। ସେହିଭଳି ଶ୍ରୀଲଙ୍କାର ସନଥ ଜୟସୂରିୟା (୨୦୦୮, ୩୯ତମ ଜନ୍ମଦିନ ବନାମ ଇଂଲଣ୍ଡ), ନ୍ୟୁଜିଲାଣ୍ଡର ରସ୍ ଟେଲର (୨୦୧୧, ୨୭ତମ ଜନ୍ମଦିନ ବନାମ ପାକିସ୍ତାନ), ଟମ୍ ଲଥାମ (୨୦୨୨, ୩୦ତମ ଜନ୍ମଦିନ, ବନାମ ନେଦରଲାଣ୍ଡ୍ସ ) ମଧ୍ୟ ନିଜ ନିଜ ଜନ୍ମଦିନରେ ଶତକ ହାସଲ କରିବାର ଗୌରବ ଅର୍ଜନ କରିସାରିଛନ୍ତି। ଚଳିତ ବିଶ୍ବକପ୍ରେ ଅଷ୍ଟ୍ରେଲିଆର ମିଚେଲ ମାର୍ସ ଜନ୍ମଦିନରେ ଶତକ ଅର୍ଜନ କରିବାରେ ପ୍ରଥମ ଖେଳାଳି ହୋଇଥିଲେ। ବେଙ୍ଗାଲୁରୁଠାରେ ପାକିସ୍ତାନ ବିପକ୍ଷରେ ସେ ୧୨୧ ରନ୍ର ପାଳି ଖେଳିଥିଲେ।




