ଚେନ୍ନାଇ ସୁପର କିଙ୍ଗ୍‌ସକୁ ହରାଇଲା ପଂଜାବ କିଙ୍ଗ୍‌ସ

ଚେନ୍ନାଇ : ଶେଷ ବଲରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ହରାଇ ଦେଇଛି ପଞ୍ଜାବ କିଙ୍ଗ୍ସ। ୪ ୱିକେଟରେ ପଂଜାବ ରୋମାଞ୍ଚକ ବିଜୟ ହାସଲ କରିଛି। ଡେଭନ୍ କନୱେଙ୍କ ଅପରାଜିତ ୯୨ ରନ୍ ବଳରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୨୦୦ ରନ୍ କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ପଞ୍ଜାବ କିଙ୍ଗ୍ସର ଜଣେ ହେଲେ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିନଥିଲେ ମଧ୍ୟ ଶିଖର ଧାୱନଙ୍କ ଦଳ ବଡ଼ ସ୍କୋର୍କୁ ପଛରେ ପକାଇ ଦେଇଥିଲା। ଶେଷ ଓଭରରୁ ୯ ଏବଂ […]

Samaya Live Picture
Published On

ଚେନ୍ନାଇ : ଶେଷ ବଲରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ହରାଇ ଦେଇଛି ପଞ୍ଜାବ କିଙ୍ଗ୍ସ। ୪ ୱିକେଟରେ ପଂଜାବ ରୋମାଞ୍ଚକ ବିଜୟ ହାସଲ କରିଛି। ଡେଭନ୍ କନୱେଙ୍କ ଅପରାଜିତ ୯୨ ରନ୍ ବଳରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୨୦୦ ରନ୍ କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ପଞ୍ଜାବ କିଙ୍ଗ୍ସର ଜଣେ ହେଲେ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିନଥିଲେ ମଧ୍ୟ ଶିଖର ଧାୱନଙ୍କ ଦଳ ବଡ଼ ସ୍କୋର୍କୁ ପଛରେ ପକାଇ ଦେଇଥିଲା। ଶେଷ ଓଭରରୁ ୯ ଏବଂ ଶେଷ ୨ ବଲ୍ରୁ ୫ ରନ୍ ଆବଶ୍ୟକ ପଡ଼ିଥିଲା। ମଥିଶା ପଥିରଣାଙ୍କଠାରୁ ୨ ଓ ୩ ରନ୍ ନେଇ ଜିମ୍ବାୱେ ବ୍ୟାଟର୍ ସିକନ୍ଦର ରାଜା ପୁଣି ଥରେ ପଞ୍ଜାବକୁ ବିଜୟ ମଣ୍ଡିତ କରିଥିଲେ।ଶେଷ ବଲକୁ ସେ ଡିପ୍ ଫାଇନ ଲେଗ୍ ଓ ଡିପ୍ ମିଡ୍ ୱିକେଟ୍ ମଝି ଦେଇ ବାଉଣ୍ଡରି ପାଖାପାଖି ପଠାଇ ଦେଇଥିଲେ। ବଲ୍ ଆସିବା ପୂର୍ବରୁ ସିକନ୍ଦର ରାଜା ଓ ସାହାରୁଖ ଖାନ ୩ ରନ୍ ଦୌଡ଼ି ଦଳକୁ ଚମତ୍କାର ବିଜୟ ଦେଇଥିଲେ। ପଞ୍ଜାବ ୯ ମ୍ୟାଚ୍ରୁ ପଞ୍ଚମ ବିଜୟ ସହ ପଞ୍ଚମକୁ ଉଠିଥିବା ବେଳେ ସମାନ ୧୦ ପଏଣ୍ଟ ସହ ଚେନ୍ନାଇ ସୁପର୍ କିଙ୍ଗ୍ସ ଚତୁର୍ଥରେ ରହିଛି। ଦଳର ପରାଜୟ ସତ୍ତ୍ବେ ଡେଭନ୍ କନୱେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Tags: