ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
ଜୟପୁର: ଚଳିତ ଆଇପିଏଲ୍ରେ ଲଗାତାର ଦ୍ବିତୀୟ ଥର ପାଇଁ ରାଜସ୍ଥାନ ରୟାଲଠୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପରାଜିତ ହୋଇଛି। ପରସ୍ପର ପ୍ରଥମ ମୁକାବିଲାରେ ସିଏସ୍କେକୁ ୩ ରନ୍ରେ ହରାଇଥିବା ରାଜସ୍ଥାନ ରୟାଲ୍ସ ଗୁରୁବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ୩୨ ରନ୍ରେ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ଯଶସ୍ବୀ ଜୟସ୍ବାଲ (୭୭) ଙ୍କ ଦ୍ରୁତ ଅର୍ଦ୍ଧଶତକ ସାଙ୍ଗକୁ ନିମ୍ନକ୍ରମରେ ଧ୍ରୁବ ଜୁରେଲ ଓ ଦେବଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦୨/୫ […]
ଜୟପୁର: ଚଳିତ ଆଇପିଏଲ୍ରେ ଲଗାତାର ଦ୍ବିତୀୟ ଥର ପାଇଁ ରାଜସ୍ଥାନ ରୟାଲଠୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପରାଜିତ ହୋଇଛି। ପରସ୍ପର ପ୍ରଥମ ମୁକାବିଲାରେ ସିଏସ୍କେକୁ ୩ ରନ୍ରେ ହରାଇଥିବା ରାଜସ୍ଥାନ ରୟାଲ୍ସ ଗୁରୁବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ୩୨ ରନ୍ରେ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ଯଶସ୍ବୀ ଜୟସ୍ବାଲ (୭୭) ଙ୍କ ଦ୍ରୁତ ଅର୍ଦ୍ଧଶତକ ସାଙ୍ଗକୁ ନିମ୍ନକ୍ରମରେ ଧ୍ରୁବ ଜୁରେଲ ଓ ଦେବଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦୨/୫ କରିଥିଲା। ଜବାବରେ ସିଏସ୍କେ ପାଳି ୧୭୦/୬ରେ ଅଟକି ଯାଇଥିଲା। ଏହି ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲ୍ର ଶୀର୍ଷକୁ ଫେରିଛି। ରାଜସ୍ଥାନ, ଗୁଜରାଟ ଓ ସିଏସ୍କେ ମିଳିତ ଭାବେ ସମାନ ୧୦ ପଏଣ୍ଟ ଲେଖାଏଁ ପାଇଥିଲା ବେଳେ ନେଟ୍ ରନ୍ରେଟ୍ ଭିତ୍ତିରେ ଯଥାକ୍ରମେ ପ୍ରଥମ ୩ ସ୍ଥାନରେ ରହିଛନ୍ତି। ୨୦୩ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ବେଳେ ସନ୍ଦୀପ ଶର୍ମା ଓ କୁଲଦୀପ ୟାଦବ ସିଏସ୍କେ ବ୍ୟାଟରଙ୍କୁ ହାତଖୋଲା ସଟ୍ ଖେଳିବାକୁ ସୁଯୋଗ ଦେଇନଥିଲେ। ଯାହାଫଳରେ ପାୱାରପ୍ଲେରେ ମାତ୍ର ୪୨ ରନ୍ ସଂଗ୍ରହ କରିବା ପରେ ଡେଭନ କନୱେ ଆଉଟ୍ ହୋଇଯାଇଥିଲେ। ତଥାପି ରକ୍ଷଣାତ୍ମକ ଖେଳି ଅର୍ଦ୍ଧଶତକଠୁ ୩ ରନ୍ ଦୂରରେ ଥିଲା ବେଳେ ଋତୁରାଜ ଗାଏକ୍ବାଡଙ୍କୁ ଆଦାମ ଜାମ୍ପା ଦ୍ବିତୀୟ ଶିକାର କରିଥିଲେ। ଅଜିଙ୍କ୍ୟ ରାହାଣେ ଓ ଅମ୍ବାତି ରାୟୁଡୁଙ୍କୁ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଓଭରରେ ଆଉଟ୍ କରିବାରୁ ଦଳ ଚାପରେ ରହିଯାଇଥିଲା। ତଥାପି ଶିବମ ଦୁବେ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ୨୯ ବଲ୍ରୁ ନିଜର ଅର୍ଦ୍ଧଶତକ ଅର୍ଜନ କରିଥିଲେ ବି ଦଳକୁ ଜିତାଇବାରେ ଅସମର୍ଥ ହୋଇଥିଲେ।




