ଚେନ୍ନାଇ, କୋଲକାତାରେ ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ଖେଳିପାରେ

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନ ଖେଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ବିଶ୍ବକପ୍ରେ ଖେଳିବାକୁ ଭାରତ ଆସିଲେ ଚେନ୍ନାଇ କିମ୍ବା କୋଲକାତାରେ ତାହାର ମ୍ୟାଚ୍ଗୁଡ଼ିକ ଖେଳିବ। ପୂର୍ବରୁ ପାକିସ୍ତାନର ଭାରତ ଗସ୍ତ ସମୟରେ ଏହି ଦୁଇ ସ୍ଥାନକୁ ସବୁଠୁ ସୁରକ୍ଷିତ ଦର୍ଶାଯାଇଥିଲା। ତେବେ ଏସଂପର୍କରେ ଏବେ ଆଇସିସି ସ୍ତରରେ ଆଲୋଚନା ଜାରି ରହିଥିଲା ବେଳେ ବିସିସିଆଇ ଓ ଭାରତ ସରକାରଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନ ଖେଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ବିଶ୍ବକପ୍ରେ ଖେଳିବାକୁ ଭାରତ ଆସିଲେ ଚେନ୍ନାଇ କିମ୍ବା କୋଲକାତାରେ ତାହାର ମ୍ୟାଚ୍ଗୁଡ଼ିକ ଖେଳିବ। ପୂର୍ବରୁ ପାକିସ୍ତାନର ଭାରତ ଗସ୍ତ ସମୟରେ ଏହି ଦୁଇ ସ୍ଥାନକୁ ସବୁଠୁ ସୁରକ୍ଷିତ ଦର୍ଶାଯାଇଥିଲା। ତେବେ ଏସଂପର୍କରେ ଏବେ ଆଇସିସି ସ୍ତରରେ ଆଲୋଚନା ଜାରି ରହିଥିଲା ବେଳେ ବିସିସିଆଇ ଓ ଭାରତ ସରକାରଙ୍କ ଉପରେ ଶେଷ ନିଷ୍ପତ୍ତି ନିର୍ଭର କରିବ ବୋଲି କୁହାଯାଇଛି। ପୂର୍ବରୁ କୋଲ୍କାତାରେ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଇଥିଲା। ସେଠାକାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପାକିସ୍ତାନ ସନ୍ତୋଷବ୍ୟକ୍ତ କରିଥିଲା। ସେହିପରି ଚେନ୍ନାଇ ମଧ୍ୟ ପାକିସ୍ତାନ ପାଇଁ ସୁରକ୍ଷିତ ସ୍ଥାନ ରହିଆସିଛି। ଏସବୁ ଭିତରେ ଯଦି ପାକିସ୍ତାନ ଫାଇନାଲ୍କୁ ଯାଏ, ତାହେଲେ କେଉଁଠାରେ ମ୍ୟାଚ୍ ଖେଳିବ ତାହା ମଧ୍ୟ ଆଉ ଏକ ପ୍ରସଙ୍ଗ ହେବ। କାରଣ ପୂର୍ବରୁ ଅହମଦାବାଦସ୍ଥିତ ୧ ଲକ୍ଷ ୩୨ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ଖେଳାଯିବାକୁ ସ୍ଥିର ହୋଇଛି। ତେଣୁ ପାକିସ୍ତାନକୁ ନଜରରେ ରଖି ଆଉ ଏକ ଷ୍ଟାଡିୟମ୍ ପ୍ରସ୍ତୁତ ରଖିବାକୁ ହେବ।

Tags: