ଚୀନ ମାଷ୍ଟର୍ସ ସେମିରେ ଭାରତୀୟ ଯୋଡ଼ି ସାତ୍ତ୍ବିକ-ଚିରାଗ

ବେଜିଂ: ଏସୀୟ କ୍ରୀଡ଼ା ବିଜେତା ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚୀନ ମାଷ୍ଟର୍ସ ସୁପର ୭୫୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। କ୍ବାର୍ଟରଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆର ବିଶ୍ବ ୧୩ ନମ୍ବର ଯୋଡ଼ି ଲିଓ ରୋଲି କାର୍ଣ୍ଣାଡୋ ଓ ଡାନିଏଲ୍ ମାର୍ଟିନଙ୍କୁ ସିଧାସଳଖ ୨୧-୧୬, ୨୧-୧୪ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍ କେବଳ ୪୬ ମିନିଟ୍ରେ ଶେଷ ହୋଇଯାଇଥିଲା। ଚଳିତ ବର୍ଷ ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦ ଓ ସ୍ବିସ୍ […]

Samaya Live Picture
Published On

ବେଜିଂ: ଏସୀୟ କ୍ରୀଡ଼ା ବିଜେତା ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚୀନ ମାଷ୍ଟର୍ସ ସୁପର ୭୫୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। କ୍ବାର୍ଟରଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆର ବିଶ୍ବ ୧୩ ନମ୍ବର ଯୋଡ଼ି ଲିଓ ରୋଲି କାର୍ଣ୍ଣାଡୋ ଓ ଡାନିଏଲ୍ ମାର୍ଟିନଙ୍କୁ ସିଧାସଳଖ ୨୧-୧୬, ୨୧-୧୪ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍ କେବଳ ୪୬ ମିନିଟ୍ରେ ଶେଷ ହୋଇଯାଇଥିଲା। ଚଳିତ ବର୍ଷ ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦ ଓ ସ୍ବିସ୍ ସୁପର ୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଜିତିସାରିଥିବା ସାତ୍ତ୍ବିକ-ଚିରାଗ ସେମିଫାଇନାଲ୍ରେ ଚୀନ ଯୋଡ଼ି ହି ଜି ଟିଙ୍ଗ୍-ରେନ୍ ଜିଆଙ୍ଗୟୁ ଏବଂ ଅଷ୍ଟମ ସିଡ୍ ଲିଉ ୟୁ ଚେନ୍-ଓୟୁ ଜୁଆନ୍ ୟିଙ୍କ ମଧ୍ୟରେ ହେବାକୁ ଥିବା କ୍ବାର୍ଟରଫାଇନାଲ୍ର ବିଜେତାଙ୍କୁ ଭେଟିବେ।

Tags: