ଚୀନ ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଚିରାଗ-ସାତ୍ତ୍ବିକ ରନର୍ସଅପ୍
ବେଜିଙ୍ଗ: ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚୀନ ମାଷ୍ଟର୍ସ ସୁପର ୭୫୦ ପ୍ରତିଯୋଗିତାରେ ରନର୍ସଅପ୍ ହୋଇଛନ୍ତି। ପୁରୁଷ ଡବଲ୍ସ ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି କଡ଼ା ସଂଘର୍ଷ କରି ୧୯-୨୧, ୨୧-୧୮, ୧୯-୨୧ରେ ବିଶ୍ବର ଏକ ନମ୍ବର ଯୋଡ଼ି ଚୀନ୍ର ଲିଆଙ୍ଗ ୱେଇ କେଙ୍ଗ ଓ ୱାଙ୍ଗ ଚାଙ୍ଗଙ୍କଠୁ ହାରିଯାଇଛନ୍ତି। ଲିଆଙ୍ଗ ଓ ୱାଙ୍ଗ ଏହି ବିଜୟ ସହ ସାତ୍ତ୍ବିକ-ଚିରାଗଙ୍କଠୁ ଏସୀୟ କ୍ରୀଡ଼ା ପରାଜୟର ମୁଧୁର ପ୍ରତିଶୋଧ ନେଇଛନ୍ତି। ଚଳିତ […]
ବେଜିଙ୍ଗ: ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚୀନ ମାଷ୍ଟର୍ସ ସୁପର ୭୫୦ ପ୍ରତିଯୋଗିତାରେ ରନର୍ସଅପ୍ ହୋଇଛନ୍ତି। ପୁରୁଷ ଡବଲ୍ସ ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି କଡ଼ା ସଂଘର୍ଷ କରି ୧୯-୨୧, ୨୧-୧୮, ୧୯-୨୧ରେ ବିଶ୍ବର ଏକ ନମ୍ବର ଯୋଡ଼ି ଚୀନ୍ର ଲିଆଙ୍ଗ ୱେଇ କେଙ୍ଗ ଓ ୱାଙ୍ଗ ଚାଙ୍ଗଙ୍କଠୁ ହାରିଯାଇଛନ୍ତି। ଲିଆଙ୍ଗ ଓ ୱାଙ୍ଗ ଏହି ବିଜୟ ସହ ସାତ୍ତ୍ବିକ-ଚିରାଗଙ୍କଠୁ ଏସୀୟ କ୍ରୀଡ଼ା ପରାଜୟର ମୁଧୁର ପ୍ରତିଶୋଧ ନେଇଛନ୍ତି। ଚଳିତ ବର୍ଷ ଖେଳିଥିବା ଷଷ୍ଠ ଫାଇନାଲ୍ରେ ସାତ୍ତ୍ବିକ-ଚିରାଗଙ୍କ ଏହା ପ୍ରଥମ ପରାଜୟ। ଚଳିତ ବର୍ଷ ଏହି ଯୋଡ଼ି ବ୍ୟାଡ୍ମିଣ୍ଟନ ଏସୀୟ ଚାମ୍ପିଅନ୍ସିପ୍, ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦, ସ୍ବିସ୍ ସୁପର ୩୦୦ ଏବଂ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଥିଲେ।




