ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନକୁ ଭାରତ ନଆସିଲେ ଆଇସିସି କ୍ଷତିପୂରଣ ଦେଉ: ପିସିବି

କରାଚି: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଚାମ୍ପିଅନ୍ସ ଟ୍ରଫି-୨୦୨୫ ଆୟୋଜନ ଅଧିକାର ପାଇଛି। କିନ୍ତୁ ଆୟୋଜନ ପାଇଁ ଚୁକ୍ତି କରିବା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାଖରେ କିଛି ସର୍ତ୍ତ ରଖିଛି ପିସିବି। ଯଦି ଭାରତ ରାଜନୈତିକ କିମ୍ବା ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିବାକୁ ମନା କରୁଛି ତେବେ ଆଇସିସି ଆମକୁ କ୍ଷତିପୂରଣ ଦେଉ ବୋଲି ପିସିବି ଦାବି କରିଛି। ୨୦୨୫ ଫେବ୍ରୁ୍ଆରି-ମାର୍ଚ୍ଚରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ନେଇ ପିସିବି […]

Samaya Live Picture
Published On

କରାଚି: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଚାମ୍ପିଅନ୍ସ ଟ୍ରଫି-୨୦୨୫ ଆୟୋଜନ ଅଧିକାର ପାଇଛି। କିନ୍ତୁ ଆୟୋଜନ ପାଇଁ ଚୁକ୍ତି କରିବା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାଖରେ କିଛି ସର୍ତ୍ତ ରଖିଛି ପିସିବି। ଯଦି ଭାରତ ରାଜନୈତିକ କିମ୍ବା ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିବାକୁ ମନା କରୁଛି ତେବେ ଆଇସିସି ଆମକୁ କ୍ଷତିପୂରଣ ଦେଉ ବୋଲି ପିସିବି ଦାବି କରିଛି। ୨୦୨୫ ଫେବ୍ରୁ୍ଆରି-ମାର୍ଚ୍ଚରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ନେଇ ପିସିବି ଅଧ୍ୟକ୍ଷ ଜାକା ଆଶ୍ରଫ ଓ ସିଓଓ ସଲମାନ ନାସୀର ଅହମଦାବାଦଠାଚରେ ଆଇସିସି କାର୍ଯ୍ୟକାରିଣୀ ବୋର୍ଡ ସହ ଆଲୋଚନା କରିଥିଲେ। ‘‘ଏହି ଆଲୋଚନା ବେଳେ ପାକିସ୍ତାନ ଅଧିକାରୀ ଚିନ୍ତା ବ୍ୟକ୍ତ କରିଥିଲେ ଯେ ଭାରତ ରାଜନୈତିକ କିମ୍ବା ସୁରକ୍ଷା ଆଳ ଦେଖାଇ ପାକିସ୍ତାନ ଯିବାକୁ ମନା କରିପାରେ। ଯଦି ଏପରି ହୁଏ ଆଇସିସି ଏକ ପାଖିଆ ନିଷ୍ପତ୍ତି ନନେବା ଆବଶ୍ୟକ। ଯଦି ପାକିସ୍ତାନକୁ ଭାରତ ନଆସେ ଏବଂ ପ୍ରତିଯୋଗିତା ଅନ୍ୟ ଦେଶରେ ହୁଏ ତେବେ ପିସିବିକୁ କ୍ଷତିପୂରଣ ମିଳିବା ଉଚିତ’’ ବୋଲି ପିସିବିର ଜଣେ ଅଧିକାରୀ କହିଛନ୍ତି। ଗତ ଏସିଆ କପ୍ ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଥିଲା। ହେଲେ ଭାରତ ଆସିବାକୁ ମନାକରିବାରୁ ପାକିସ୍ତାନରେ କେବଳ ୪ ମ୍ୟାଚ୍ ଖେଳାଯାଇଥିଲା। ଫାଇନାଲ୍ ସହ ଅନ୍ୟ ମ୍ୟାଚ୍ଗୁଡ଼ିକ ଓ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା।

Tags: