ଚଳିତ ବର୍ଷର ଏସିଆ କପ୍‌ ଆୟୋଜନରୁ ଓହରିଯାଇପାରେ ପାକିସ୍ତାନ

ଦୁବାଇ: ଆସନ୍ତା ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଏସିଆ କପ୍‌ର ଆୟୋଜନରୁ ପାକିସ୍ତାନ ଓହରିଯାଇପାରେ। ମ୍ୟାଚ୍‌ ଆୟୋଜନ ଲାଗି ପିସିବି ହାଇବ୍ରିଡ ମଡେଲ ପ୍ରସ୍ତୁତ କରିଛି। ଏହି ମଡେଲ ଅନୁଯାୟୀ ପିସିବି ୪ଟି ମ୍ୟାଚ୍‌ ପାକିସ୍ତାନରେ ଏବଂ ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ କରିବାକୁ ଯୋଜନା କରୁଛି। ପାକିସ୍ତାନର ଏହି ମଡେଲ୍‌କୁ ଶ୍ରୀଲଙ୍କା, ଆଫ୍‌ଗାନିସ୍ତାନ ଓ ବାଂଲାଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ବିସିସିଆଇ ମଧ୍ୟ ଏହି ମଡେଲକୁ ବିରୋଧ କରି ଆସିଛି। ଯଦି ଏହି ମଡେଲକୁ ଏସୀୟ କ୍ରିକେଟ ପରିଷଦ (ଏସିସି) […]

Samaya Live Picture
Published On

ଦୁବାଇ: ଆସନ୍ତା ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଏସିଆ କପ୍‌ର ଆୟୋଜନରୁ ପାକିସ୍ତାନ ଓହରିଯାଇପାରେ। ମ୍ୟାଚ୍‌ ଆୟୋଜନ ଲାଗି ପିସିବି ହାଇବ୍ରିଡ ମଡେଲ ପ୍ରସ୍ତୁତ କରିଛି। ଏହି ମଡେଲ ଅନୁଯାୟୀ ପିସିବି ୪ଟି ମ୍ୟାଚ୍‌ ପାକିସ୍ତାନରେ ଏବଂ ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ କରିବାକୁ ଯୋଜନା କରୁଛି। ପାକିସ୍ତାନର ଏହି ମଡେଲ୍‌କୁ ଶ୍ରୀଲଙ୍କା, ଆଫ୍‌ଗାନିସ୍ତାନ ଓ ବାଂଲାଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ବିସିସିଆଇ ମଧ୍ୟ ଏହି ମଡେଲକୁ ବିରୋଧ କରି ଆସିଛି। ଯଦି ଏହି ମଡେଲକୁ ଏସୀୟ କ୍ରିକେଟ ପରିଷଦ (ଏସିସି) ଗ୍ରହଣ ନ‌କରେ ପାକିସ୍ତାନ ୬ ରାଷ୍ଟ୍ରୀୟ ଏହି ପ୍ରତିଯୋଗିତାରୁ ଓହରିଯିବାର ଆଶଙ୍କା ରହିଛି। ଯଦି ପାକିସ୍ତାନ ଆୟୋଜନରୁ ଓହରି ଯାଏ ତେବେ ଶ୍ରୀଲଙ୍କା ଏହାକୁ ଆୟୋଜନ କରିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି।

Tags: