ଚତୁଃରାଷ୍ଟ୍ରୀୟ ହକିରେ ଭାରତ-ଫ୍ରାନ୍ସ ମ୍ୟାଚ୍ ୨-୨ ଗୋଲରେ ଅମୀମାଂସିତ

କେପଟାଉନ୍‌: ଏଠାରେ ଖେଳାଯାଉଥିବା ଚତୁଃରାଷ୍ଟ୍ରୀୟ ହକି ପ୍ରତିଯୋଗିତାରେ ବୁଧବାର ଭାରତ ଓ ଫ୍ରାନ୍ସ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିଛି। ଅଷ୍ଟମ ମିନିଟ୍ରେ ମନ୍ଦୀପ ସିଂହ ଓ ୧୯ତମ ମିନିଟ୍ରେ ଅମିତ ରୋହିଦାସ ଭାରତ ପାଇଁ ଗୋଲ୍ ଦେଇଥିଲେ। କିନ୍ତୁ ୩୭ତମ ମିନିଟ୍ରେ ଟିମୋଥି କ୍ଲେମେଣ୍ଟ ଓ ୫୯ ମିନିଟ୍ରେ ବି ଗାସ୍ପାର୍ଡ ଉଭୟ ଗୋଲ୍କୁ ଶୁଝିଥିଲେ। ଏଥିପୂର୍ବରୁ ସୋମବାର ଭାରତ ପ୍ରଥମ ମ୍ୟାଚ୍ରେ ଫ୍ରାନ୍ସକୁ ୪-୦ ଗୋଲ୍ରେ ହରାଇଥିଲା। ଶୁକ୍ରବାର ଭାରତ […]

Samaya Live Picture
Published On

କେପଟାଉନ୍‌: ଏଠାରେ ଖେଳାଯାଉଥିବା ଚତୁଃରାଷ୍ଟ୍ରୀୟ ହକି ପ୍ରତିଯୋଗିତାରେ ବୁଧବାର ଭାରତ ଓ ଫ୍ରାନ୍ସ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିଛି। ଅଷ୍ଟମ ମିନିଟ୍ରେ ମନ୍ଦୀପ ସିଂହ ଓ ୧୯ତମ ମିନିଟ୍ରେ ଅମିତ ରୋହିଦାସ ଭାରତ ପାଇଁ ଗୋଲ୍ ଦେଇଥିଲେ। କିନ୍ତୁ ୩୭ତମ ମିନିଟ୍ରେ ଟିମୋଥି କ୍ଲେମେଣ୍ଟ ଓ ୫୯ ମିନିଟ୍ରେ ବି ଗାସ୍ପାର୍ଡ ଉଭୟ ଗୋଲ୍କୁ ଶୁଝିଥିଲେ। ଏଥିପୂର୍ବରୁ ସୋମବାର ଭାରତ ପ୍ରଥମ ମ୍ୟାଚ୍ରେ ଫ୍ରାନ୍ସକୁ ୪-୦ ଗୋଲ୍ରେ ହରାଇଥିଲା। ଶୁକ୍ରବାର ଭାରତ ତୃତୀୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଏହାପରେ ରବିବାର ବିଶ୍ବର ୧ ନମ୍ବର ଦଳ ନେଦରଲାଣ୍ଡ୍ସ ସହିତ ମ୍ୟାଚ୍ ଖେଳିବ।

Tags: