ଘରୋଇ ପଡ଼ିଆରେ ସର୍ବାଧିକ ରନ୍‌ କରିବାରେ ଶୁବମନ୍‌ ଗିଲ୍‌ଙ୍କ ରେକର୍ଡ

ଅହମଦାବାଦ: ନ‌ରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଶୁବମନ ଗିଲ୍‌ ୨୦ ବଲ୍‌ରୁ ୩୯ ରନ୍‌ ସଂଗ୍ରହ କରି ଆଉ ଏକ ରେକର୍ଡ କରିଛନ୍ତି। ଗୋଟିଏ ସିଜନ୍ରେ ଘରୋଇ ପଡ଼ିଆରେ ସର୍ବାଧିକ ରନ୍‌ ସଂଗ୍ରହ କରିବାରେ ସେ ବିରାଟ କୋହଲିଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଚଳିତ ଆଇପିଏଲ୍‌ରେ ମୋଟେରାରେ ୯ ପାଳିରୁ ୭୧.୫୦ ହାରରେ ୫୭୨ ରନ୍‌ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ଦୁଇଟି ଶତକ ଓ ୩ ଅର୍ଦ୍ଧଶତକ ସାମିଲ ଅଛି। ସର୍ବାଧିକ ରନ୍‌ ୧୨୯ ରହିଛି। ଏଥିପୂର୍ବରୁ କୋହଲି […]

Samaya Live Picture
Published On

ଅହମଦାବାଦ: ନ‌ରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଶୁବମନ ଗିଲ୍‌ ୨୦ ବଲ୍‌ରୁ ୩୯ ରନ୍‌ ସଂଗ୍ରହ କରି ଆଉ ଏକ ରେକର୍ଡ କରିଛନ୍ତି। ଗୋଟିଏ ସିଜନ୍ରେ ଘରୋଇ ପଡ଼ିଆରେ ସର୍ବାଧିକ ରନ୍‌ ସଂଗ୍ରହ କରିବାରେ ସେ ବିରାଟ କୋହଲିଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଚଳିତ ଆଇପିଏଲ୍‌ରେ ମୋଟେରାରେ ୯ ପାଳିରୁ ୭୧.୫୦ ହାରରେ ୫୭୨ ରନ୍‌ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ଦୁଇଟି ଶତକ ଓ ୩ ଅର୍ଦ୍ଧଶତକ ସାମିଲ ଅଛି। ସର୍ବାଧିକ ରନ୍‌ ୧୨୯ ରହିଛି। ଏଥିପୂର୍ବରୁ କୋହଲି ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ୨୦୧୬ରେ ୫୯୭ ରନ୍‌ ସଂଗ୍ରହ କରିଥିଲେ। ଏଥିସହ ଆଇପିଏଲ୍‌ରେ ଉଦୀୟମାନ ପ୍ରତିଭା ଭାବେ ସେ ସାମ୍ନାକୁ ଆସିଛନ୍ତି। ୧୭ ମ୍ୟାଚ୍‌ରୁ ୮୯୦ ରନ୍‌ ସଂଗ୍ରହ କରି ସେ ଅରେଞ୍ଜ କ୍ୟାପ୍‌ ଦଖଲ କରିଛନ୍ତି। ଏଥିଯୋଗୁଁ ଗୋଟିଏ ଆଇପିଏଲ୍‌ ଋତୁରେ ସର୍ବାଧିକ ରନ୍‌ କରିବାରେ ଜୋସ୍‌ ବଟଲର୍ (୮୬୩) ଓ ଡେଭିଡ୍‌ ୱାର୍ଣ୍ଣର (୮୪୮)ଙ୍କୁ ପଛରେ ପକାଇଦେଇଛନ୍ତି। କେବଳ ବିରାଟ କୋହଲି ୨୦୧୬ରେ ସଂଗ୍ରହ କରିଥିବା ୯୭୩ ରନ୍‌ ଏହି ତାଲିକାର ଶୀର୍ଷରେ ରହିଛି। ସେହିପରି ବାଉଣ୍ଡରି କ୍ଷେତ୍ରରେ ଗିଲ୍ ଏଥର ଆଉ ଏକ ରେକର୍ଡ କରିଛନ୍ତି। ୮୫ ଚୌକା ଓ ୩୩ ଛକା ସହାୟତାରେ ୧୧୮ ବାଉଣ୍ଡରି ମାରି ଗୋଟିଏ ଆଇପିଏଲ୍ ଋତୁରେ ଚତୁର୍ଥ ସର୍ବାଧିକ ସ୍କୋରର ହୋଇପାରିଛନ୍ତି। ଏହି ତାଲିକାରେ ବଟଲର୍‌ (୧୨୮, ୮୩ ଚୌକା, ୪୫ ଛକା) ୨୦୨୨ ରେ ରାଜସ୍ଥାନ ରୟାଲ୍ସ ପାଇଁ ସବୁଠୁ ଅଧିକ ବାଉଣ୍ଡରି ମାରିଥିଲେ। କିନ୍ତୁ ଭାରତୀୟଙ୍କ ମଧ୍ୟରେ ଏହି କ୍ଷେତ୍ରରେ ସେ ଦ୍ବିତୀୟରେ ଅଛନ୍ତି। କୋହଲି ୮୩ ଚୌକା ଓ ୩୮ ଛକା ସହ ୧୨୧ ବାଉଣ୍ଡରି ସହ ପ୍ରଥମ ଭାରତୀୟ ଭାବେ ଆଗରେ ରହିଛନ୍ତି।

Tags: