ଘରକୁ ଫେରିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ବଭୂମା

ନୂଆଦିଲ୍ଲୀ: ପାରିବାରିକ କାରଣ ପାଇଁ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୂମା ସ୍ବଦେଶ ଫେରିଯାଇଛନ୍ତି। ଘରକୁ ଫେରିବାର ନିର୍ଦ୍ଧିଷ୍ଟ କିଛି କାରଣ ବିଷୟରେ ଦଳ ପକ୍ଷରୁ କୁହାଯାଇନି। ଯାହାଫଳରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ୱାର୍ମ ଅପ୍ ମ୍ୟାଚ୍ରେ ବଭୂମା ଖେଳିପାରିବେନି। ତଥାପି ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଆଫ୍ରିକାର ପ୍ରଥମ ମ୍ୟାଚ୍ ବେଳକୁ ବଭୂମା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଅନୁମାନ କରାଯାଉଛି। ତାଙ୍କ ଅନୁପସ୍ଥିତିରେ ଏଦେନ୍ ମର୍କରାମ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ରେ ଦଳର ନେତୃତ୍ବ […]

Samaya Live Picture
Published On

ନୂଆଦିଲ୍ଲୀ: ପାରିବାରିକ କାରଣ ପାଇଁ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୂମା ସ୍ବଦେଶ ଫେରିଯାଇଛନ୍ତି। ଘରକୁ ଫେରିବାର ନିର୍ଦ୍ଧିଷ୍ଟ କିଛି କାରଣ ବିଷୟରେ ଦଳ ପକ୍ଷରୁ କୁହାଯାଇନି। ଯାହାଫଳରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ୱାର୍ମ ଅପ୍ ମ୍ୟାଚ୍ରେ ବଭୂମା ଖେଳିପାରିବେନି। ତଥାପି ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଆଫ୍ରିକାର ପ୍ରଥମ ମ୍ୟାଚ୍ ବେଳକୁ ବଭୂମା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଅନୁମାନ କରାଯାଉଛି। ତାଙ୍କ ଅନୁପସ୍ଥିତିରେ ଏଦେନ୍ ମର୍କରାମ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ରେ ଦଳର ନେତୃତ୍ବ ନେବେ। ସେହିପରି ରିଜା ହେଣ୍ଡ୍ରିକ୍ସ, ବଭୂମାଙ୍କ ସ୍ଥାନରେ ପାଳି ଆରମ୍ଭ କରିବେ। ଚଳିତ ବର୍ଷ ବଭୂମା ଦକ୍ଷିଣ ଆଫ୍ରିକାର ଏକ ପ୍ରମୁଖ ସଦସ୍ୟ ପାଲଟିଯାଇଛନ୍ତି। ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଶତକୀୟ ପାଳି ଖେଳି ବିଶ୍ବକପ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି।

Tags: