ଘରକୁ ଫେରିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ: ଦିଲ୍ଲୀରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ଦାବିରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାମାନେ ଶେଷରେ ଘରକୁ ଫେରିଛନ୍ତି। କେବଳ ସାକ୍ଷୀ ମଲ୍ଲିକ ଏକମାତ୍ର ଆନ୍ଦୋଳନକାରୀ ଭାବେ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି। ଆନ୍ଦୋଳନକାରୀମାନେ ଏବେ ନୀରବ ପ୍ରତିବାଦ କରୁଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କିଛି ପ୍ରତିକ୍ରିୟା ଦେଇନାହାନ୍ତି। ଗତ ଏପ୍ରିଲ୍ ୨୩ ତାରିଖରେ ଯନ୍ତର ମନ୍ତରରେ ମେ’ ୨୮ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା। ରବିବାର ନୂଆ ସଂସଦ ଭବନ ଆଗରେ ମହିଳା […]
ନୂଆଦିଲ୍ଲୀ: ଦିଲ୍ଲୀରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ଦାବିରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାମାନେ ଶେଷରେ ଘରକୁ ଫେରିଛନ୍ତି। କେବଳ ସାକ୍ଷୀ ମଲ୍ଲିକ ଏକମାତ୍ର ଆନ୍ଦୋଳନକାରୀ ଭାବେ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି। ଆନ୍ଦୋଳନକାରୀମାନେ ଏବେ ନୀରବ ପ୍ରତିବାଦ କରୁଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କିଛି ପ୍ରତିକ୍ରିୟା ଦେଇନାହାନ୍ତି। ଗତ ଏପ୍ରିଲ୍ ୨୩ ତାରିଖରେ ଯନ୍ତର ମନ୍ତରରେ ମେ’ ୨୮ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା। ରବିବାର ନୂଆ ସଂସଦ ଭବନ ଆଗରେ ମହିଳା ପଞ୍ଚାୟତ କରିବାକୁ ଯାଉଥିବା ସମୟରେ ଦିଲ୍ଲୀ ପୁଲିସ୍ ସମସ୍ତ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ଏହି ସମୟରେ ପୁଲିସ୍ ଆନ୍ଦୋଳନସ୍ଥଳକୁ ଖାଲି କରିବା ସହ କୁସ୍ତିଯୋଦ୍ଧାମାନଙ୍କୁ ସେଠାରେ ଆଉ ଆନ୍ଦୋଳନ କରିବାକୁ ଦିଆଯାଇନଥିଲା। ତଥାପି କୁସ୍ତିଯୋଦ୍ଧାଙ୍କ ବିରୋଧରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଯେଉଁଥିପାଇଁ କୁସ୍ତିଯୋଦ୍ଧାମାନେ ସେମାନଙ୍କ ପଦକଗୁଡ଼ିକୁ ଗଙ୍ଗା ନଦୀରେ ଭସାଇ ଦେବାକୁ ଚାହିଁଥିଲେ। କିନ୍ତୁ ଭାରତୀୟ କିଷାନ ୟୁନିୟନ୍ ଜାତୀୟ ସଭାପତି ନରେଶ ଟିକାୟତ କୁସ୍ତିଯୋଦ୍ଧାରମାନଙ୍କଠୁ ୫ ଦିନ ସମୟ ନେବାରୁ ଆନ୍ଦୋଳନ ସାମାନ୍ୟ ଶାନ୍ତ ପଡ଼ିଛି।




