ଗ୍ରାଣ୍ଡ ମାଷ୍ଟର ଆନନ୍ଦଙ୍କୁ ଶୀର୍ଷରୁ ହଟାଇଲେ ଡି. ଗୁକେଶ
ଚେନ୍ନାଇ: ବିଶ୍ବ ବିଜେତା ଭାରତୀୟ ଗ୍ରାଣ୍ଡ୍ ମାଷ୍ଟର ବିଶ୍ବନାଥନ୍ ଆନନ୍ଦ ୩୬ ବର୍ଷ ପରେ ସେପ୍ଟେମ୍ବର ପହିଲାରେ ଫିଡେର ନୂଆ ରେଟିଂରେ ସେ ତଳକୁ ଖସିଯିବେ। ବିସ୍ମୟ ଚେସ୍ ପ୍ରତିଭା ୧୭ ବର୍ଷୀୟ ଡି ଗୁକେଶ (୨୭୫୫.୯*) ଏବେ ଆନନ୍ଦ (୨୭୫୪)ଙ୍କୁ ପଛରେ ପକାଇବା ପଥ ପରିସ୍କାର କରିଛନ୍ତି। ଦୀର୍ଘ ୩୬ ବର୍ଷ ଧରି ଆନନ୍ଦ ଫିଡେ ମାନ୍ୟତାରେ ଭାରତୀୟଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ଅପରିବର୍ତିତ ଥିଲେ। ସମ୍ପ୍ରତି ବକୁରେ ଚାଲିଥିବା ଫିଡେ ବିଶ୍ବକପ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ […]
ଚେନ୍ନାଇ: ବିଶ୍ବ ବିଜେତା ଭାରତୀୟ ଗ୍ରାଣ୍ଡ୍ ମାଷ୍ଟର ବିଶ୍ବନାଥନ୍ ଆନନ୍ଦ ୩୬ ବର୍ଷ ପରେ ସେପ୍ଟେମ୍ବର ପହିଲାରେ ଫିଡେର ନୂଆ ରେଟିଂରେ ସେ ତଳକୁ ଖସିଯିବେ। ବିସ୍ମୟ ଚେସ୍ ପ୍ରତିଭା ୧୭ ବର୍ଷୀୟ ଡି ଗୁକେଶ (୨୭୫୫.୯*) ଏବେ ଆନନ୍ଦ (୨୭୫୪)ଙ୍କୁ ପଛରେ ପକାଇବା ପଥ ପରିସ୍କାର କରିଛନ୍ତି। ଦୀର୍ଘ ୩୬ ବର୍ଷ ଧରି ଆନନ୍ଦ ଫିଡେ ମାନ୍ୟତାରେ ଭାରତୀୟଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ଅପରିବର୍ତିତ ଥିଲେ। ସମ୍ପ୍ରତି ବକୁରେ ଚାଲିଥିବା ଫିଡେ ବିଶ୍ବକପ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଗୁକେଶ ଦ୍ବିତୀୟ ରାଉଣ୍ଡରେ ମିସ୍ତ୍ରାଦିନ ଇସ୍କାନଣ୍ଡ୍ରଭଙ୍କୁ ପରାସ୍ତ କରିବା ଅବସରରେ ଲାଇଭ୍ ରେଟିଂରେ ଆନନ୍ଦଙ୍କୁ ପଛରେ ପକାଇଛନ୍ତି। ୨୦୨୨ ଏପ୍ରିଲ୍ ଶେଷ ବେଳକୁ ବିଶ୍ବର ଶୀର୍ଷ ୧୦୦ ଭିତରକୁ ପ୍ରବେଶ କରିଥିବା ଗୁକେଶ ଆସନ୍ତା ସେପ୍ଟେମ୍ବର ପହିଲାରେ ଶୀର୍ଷ ୧୦ ଭିତରେ ରହିବା ମଧ୍ୟ ନିଶ୍ଚିତ ହୋଇଛି। ପୂର୍ବରୁ କେବଳ ମାତ୍ର ଦୁଇ ଜଣ ଭାରତୀୟ ଶୀର୍ଷ ୧୦ ଭିତରକୁ ପ୍ରବେଶ କରିଛନ୍ତି। ଆନନ୍ଦଙ୍କ ପରେ ୨୦୧୬ରେ ଲାଇଭ୍ ରେଟିଂ ଭିତ୍ତିରେ ଗ୍ରାଣ୍ଡ୍ ମାଷ୍ଟର୍ ପେଣ୍ଟାଲା ହରିକୃଷ୍ଣା ସାମୟିକ ସମୟ ପାଇଁ ଶୀର୍ଷ ୧୦ ଭିତରେ ଥିଲେ।




