ଗ୍ରାଣ୍ଡମାଷ୍ଟର୍ସଙ୍କୁ ହରାଇ ଚେସ୍ ଦୁନିଆରେ ଚହଳ ସୃଷ୍ଟି କଲେ ଅଶ୍ବଥ

ନୂଆଦିଲ୍ଲୀ: ସିଙ୍ଗାପୁରରେ ରହୁଥିବା ଅଶ୍ବଥ କୌଶିକ ନାମକ ଜଣେ ୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବାଳକ ଚେସ୍ ବୋର୍ଡରେ ଚହଳ ସୃଷ୍ଟି କରିଛନ୍ତି। ସ୍ବିଜରଲାଣ୍ଡରେ ଆୟୋଜିତ ଅନ୍ତର୍ଜାତୀୟ ଷ୍ଟାର୍ଡଥସ୍ ଚେସ୍ ପ୍ରତିଯୋଗିତାରେ ଅଶ୍ବଥ ନିଜଠାରୁ ପାଖାପାଖି ୫ଗୁଣ ବୟସ୍କ ପୋଲାଣ୍ଡ ଗ୍ରାଣ୍ଡମାଷ୍ଟର୍ ଜାସେକ ଷ୍ଟୋପାଙ୍କୁ ପରାସ୍ତ କରି ଚେସ୍ ଦୁନିଆର ନୂଆ ବିସ୍ମୟ ବାଳକ ଭାବେ ଉଭା ହୋଇଛନ୍ତି। ଏହା ପୂର୍ବରୁ ସର୍ବିୟାର ଲିଓନିଡ୍ ଇଭାନୋଭିକ୍, ଯିଏ କି ଅଶ୍ବଥଙ୍କଠାରୁ ଅନ୍ୟୂନ ୬ ମାସ ବଡ଼ ବୁଲଗେରିଆର […]

Samaya Live Picture
Published On

ନୂଆଦିଲ୍ଲୀ: ସିଙ୍ଗାପୁରରେ ରହୁଥିବା ଅଶ୍ବଥ କୌଶିକ ନାମକ ଜଣେ ୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବାଳକ ଚେସ୍ ବୋର୍ଡରେ ଚହଳ ସୃଷ୍ଟି କରିଛନ୍ତି। ସ୍ବିଜରଲାଣ୍ଡରେ ଆୟୋଜିତ ଅନ୍ତର୍ଜାତୀୟ ଷ୍ଟାର୍ଡଥସ୍ ଚେସ୍ ପ୍ରତିଯୋଗିତାରେ ଅଶ୍ବଥ ନିଜଠାରୁ ପାଖାପାଖି ୫ଗୁଣ ବୟସ୍କ ପୋଲାଣ୍ଡ ଗ୍ରାଣ୍ଡମାଷ୍ଟର୍ ଜାସେକ ଷ୍ଟୋପାଙ୍କୁ ପରାସ୍ତ କରି ଚେସ୍ ଦୁନିଆର ନୂଆ ବିସ୍ମୟ ବାଳକ ଭାବେ ଉଭା ହୋଇଛନ୍ତି। ଏହା ପୂର୍ବରୁ ସର୍ବିୟାର ଲିଓନିଡ୍ ଇଭାନୋଭିକ୍, ଯିଏ କି ଅଶ୍ବଥଙ୍କଠାରୁ ଅନ୍ୟୂନ ୬ ମାସ ବଡ଼ ବୁଲଗେରିଆର ୬୦ ବର୍ଷୀୟ ଗ୍ରାଣ୍ଡମାଷ୍ଟର୍ ମିଲକୋ ପପଚେଭଙ୍କୁ ପରାସ୍ତ କରି ବିଶ୍ବ କୀର୍ତ୍ତିମାନ କରିଥିଲେ। ଅଶ୍ବଥ ଏବେ ତାଙ୍କୁ ପଛରେ ପକାଇ ଦେଇଛନ୍ତି। ମଜାଦାର କଥା ହେଲା ସଂପ୍ରତି ସେ ବିଶ୍ବ ଚେସ୍ ମାନ୍ୟତାର ୩୭୩୩୮ ମାନ୍ୟତାରେ ରହିଛନ୍ତି। ଅଶ୍ବଥ ନିଜ ସଫଳତାର ଶ୍ରେୟ ପିତା ଓ ପ୍ରଶିକ୍ଷକଙ୍କୁ ଦେଇଛନ୍ତି। ଏହି ସଫଳତା ଲାଗି ତାଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

Tags: