ଗୋଲ୍ ସହ ବିଜୟରୁ ମେସିଙ୍କ ଇଣ୍ଟର ମିଆମି ପଦାର୍ପଣ

ଫ୍ଲୋରିଡା: ଆର୍ଜେଣ୍ଟିନା ଫୁଟ୍ବଲ୍ ତାରକା ଲିଓନେଲ ମେସି ଆମେରକୀୟ କ୍ଲବ୍ ଇଣ୍ଟର ମିଆମିରୁ ପଦାର୍ପଣ କରିଛନ୍ତି। ଏଥିରେ ମିଆମି ଲିଗ୍ସ କପ୍ରେ ମେକ୍ସିକୋ କ୍ଲବ୍ କ୍ରୁଜ ଆଜୁଲକୁ ୨-୧ ଗୋଲ୍ରେ ପରାସ୍ତ କରିଛି। ମ୍ୟାଚ୍ ଅମୀମାଂସିତ ଆଡ଼କୁ ଯାଉଥିଲା ବେଳେ ଇନ୍ଜୁରି ସମୟରେ ମେସି (୯୦+୪ ମିନିଟ୍) ଏକ ଫ୍ରି କିକ୍କୁ ଚମତ୍କାର ଢଙ୍ଗରେ ଗୋଲ୍ରେ ପରିଣତ କରି ଦଳକୁ ବିଜୟ ଭେଟି ଦେଇଥିଲେ। ୪୪ତମ ମିନିଟ୍ରେ ରବର୍ଟ ଟେଲରଙ୍କ ଗୋଲ୍ରେ ମିଆମି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। […]

Samaya Live Picture
Published On

ଫ୍ଲୋରିଡା: ଆର୍ଜେଣ୍ଟିନା ଫୁଟ୍ବଲ୍ ତାରକା ଲିଓନେଲ ମେସି ଆମେରକୀୟ କ୍ଲବ୍ ଇଣ୍ଟର ମିଆମିରୁ ପଦାର୍ପଣ କରିଛନ୍ତି। ଏଥିରେ ମିଆମି ଲିଗ୍ସ କପ୍ରେ ମେକ୍ସିକୋ କ୍ଲବ୍ କ୍ରୁଜ ଆଜୁଲକୁ ୨-୧ ଗୋଲ୍ରେ ପରାସ୍ତ କରିଛି। ମ୍ୟାଚ୍ ଅମୀମାଂସିତ ଆଡ଼କୁ ଯାଉଥିଲା ବେଳେ ଇନ୍ଜୁରି ସମୟରେ ମେସି (୯୦+୪ ମିନିଟ୍) ଏକ ଫ୍ରି କିକ୍କୁ ଚମତ୍କାର ଢଙ୍ଗରେ ଗୋଲ୍ରେ ପରିଣତ କରି ଦଳକୁ ବିଜୟ ଭେଟି ଦେଇଥିଲେ। ୪୪ତମ ମିନିଟ୍ରେ ରବର୍ଟ ଟେଲରଙ୍କ ଗୋଲ୍ରେ ମିଆମି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ୬୫ତମ ମିନିଟ୍ରେ କ୍ରୁଜ ଆଜୁଲର ୟୁରୁଏଲ ଆଣ୍ଟୁନା ଏହି ଗୋଲ୍ଟି ଶୁଝି ସ୍ଥିତି ସମାନ କରିଥିଲେ। ମେସିଙ୍କ ଏହି ପଦାର୍ପଣ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଇଂଲଣ୍ଡର ପୂର୍ବତନ ଫୁଟବଲ୍ ତାରକା ତଥା କ୍ଲବ୍ର ସହମାଲିକ ଡେଭିଡ୍ ବେକ୍ହାମ ଏବଂ ଆମେରିକା ଟେନିସ କିଂବଦନ୍ତି ସେରେନା ୱିଲିୟମ୍ସ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ।

Tags: