ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୮ ଥର ୧ହଜାରରୁ ଅଧିକ ରନ୍ କଲେ କୋହଲି
ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ କୀର୍ତ୍ତିମାନର ସମକକ୍ଷ ହେବାରେ କିଙ୍ଗ୍ କୋହଲି ଅଳ୍ପକେ ବଞ୍ଚିତ ହୋଇଛନ୍ତି। ତେବେ ସଚିନଙ୍କ ଆଉ ଏକ ବିରଳ କୀର୍ତ୍ତିମାନକୁ ଭାଙ୍ଗିବାର ସେ ସକ୍ଷମ ହୋଇଛନ୍ତି। ଗୁରୁବାର ୮୮ ରନ୍ର ପାଳି ପରେ ଚଳିତବର୍ଷ ଦିନିକିଆ କ୍ରିକେଟ୍ରେ ସେ ୧ହଜାର ରନ୍ ପୂରଣ କରିଛନ୍ତି। ଏହା ଦ୍ବାରା କୌଣସି କ୍ୟାଲେଣ୍ଡର୍ ବର୍ଷରେ ଅଷ୍ଟମ ଥର ପାଇଁ ୧ହଜାର ରନ୍ ଛୁଇଁବାରେ ସଚିନ (୭)ଙ୍କ କୀର୍ତ୍ତିମାନକୁ ଅତିକ୍ରମ କରିଛନ୍ତି। ସଚିନ ୧୯୯୪, […]
ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ କୀର୍ତ୍ତିମାନର ସମକକ୍ଷ ହେବାରେ କିଙ୍ଗ୍ କୋହଲି ଅଳ୍ପକେ ବଞ୍ଚିତ ହୋଇଛନ୍ତି। ତେବେ ସଚିନଙ୍କ ଆଉ ଏକ ବିରଳ କୀର୍ତ୍ତିମାନକୁ ଭାଙ୍ଗିବାର ସେ ସକ୍ଷମ ହୋଇଛନ୍ତି। ଗୁରୁବାର ୮୮ ରନ୍ର ପାଳି ପରେ ଚଳିତବର୍ଷ ଦିନିକିଆ କ୍ରିକେଟ୍ରେ ସେ ୧ହଜାର ରନ୍ ପୂରଣ କରିଛନ୍ତି। ଏହା ଦ୍ବାରା କୌଣସି କ୍ୟାଲେଣ୍ଡର୍ ବର୍ଷରେ ଅଷ୍ଟମ ଥର ପାଇଁ ୧ହଜାର ରନ୍ ଛୁଇଁବାରେ ସଚିନ (୭)ଙ୍କ କୀର୍ତ୍ତିମାନକୁ ଅତିକ୍ରମ କରିଛନ୍ତି। ସଚିନ ୧୯୯୪, ୧୯୯୬, ୧୯୯୭, ୧୯୯୮, ୨୦୦୦, ୨୦୦୩ ଓ ୨୦୦୭ରେ ୧୦୦୦ କିମ୍ବା ତା’ଠାରୁ ଅଧିକ ଦିନିକଆ ରନ୍ ସଂଗ୍ରହ କରିଥିଲେ। କିନ୍ତୁ କୋହଲି ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୧୮, ୨୦୧୯ ଓ ୨୦୨୩ରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ତଥାପି ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ସର୍ବାଧିକ ରନ୍ (୧୮୯୪) କରିବାର କୀର୍ତ୍ତିମାନ ଏବେବି ସଚିନଙ୍କ ନାଁରେ ଅତୁଟ ରହିଛି। ଯାହା ସେ ୧୯୯୮ ମସିହାରେ ହାସଲ କରିଥିଲେ।




