ଗୋଟିଏ ଓଭରରେ ଦୁଇଟି ହ୍ୟାଟ୍ରିକ୍ ନେଇ ଚର୍ଚ୍ଚାରେ ଓଲିଭର ହ୍ବାଇଟହାଉସ୍
ଲଣ୍ଡନ: କ୍ରିକେଟ୍ର କୌଣସି ଫର୍ମାଟରେ ହ୍ୟାଟ୍ରିକ୍ ୱିକେଟ୍ ନେବା ବିରଳ ଘଟଣା। କିନ୍ତୁ ଜଣେ ୧୨ ବର୍ଷର ପିଲା ଗୋଟିଏ ଓଭରରେ ଦୁଇଟି ହ୍ୟାଟ୍ରିକ୍ ନେବା ସମସ୍ତଙ୍କୁ ଚକିତ କରିଛି। ଇଂଲଣ୍ଡରେ ହେଉଥିବା କ୍ଲବ୍ସ୍ତରୀୟ ମ୍ୟାଚ୍ରେ ବ୍ରୁମ୍ସଗ୍ରୁଭ୍ କ୍ରିକେଟ୍ କ୍ଲବ୍ ଓ କୁକ୍ହିଲ୍ ମଧ୍ୟରେ ଚଳିତ ମାସରେ ଖେଳାଯାଇଥିବା ଏକ ମ୍ୟାଚ୍ ଅବସରରେ ଏଭଳି ବିରଳ ଘଟଣା ଦେଖିବାକୁ ମିଳିଛି। ବ୍ରୁମ୍ସଗ୍ରୁଭ୍ କ୍ଲବ୍ର ଓଲିଭର ହ୍ବାଇଟ୍ହାଉସ୍ ଗୋଟିଏ ଓଭରରେ ୬ଟି ବଲ୍ରୁ ୬ ୱିକେଟ୍ ନେବା ସହ […]
ଲଣ୍ଡନ: କ୍ରିକେଟ୍ର କୌଣସି ଫର୍ମାଟରେ ହ୍ୟାଟ୍ରିକ୍ ୱିକେଟ୍ ନେବା ବିରଳ ଘଟଣା। କିନ୍ତୁ ଜଣେ ୧୨ ବର୍ଷର ପିଲା ଗୋଟିଏ ଓଭରରେ ଦୁଇଟି ହ୍ୟାଟ୍ରିକ୍ ନେବା ସମସ୍ତଙ୍କୁ ଚକିତ କରିଛି। ଇଂଲଣ୍ଡରେ ହେଉଥିବା କ୍ଲବ୍ସ୍ତରୀୟ ମ୍ୟାଚ୍ରେ ବ୍ରୁମ୍ସଗ୍ରୁଭ୍ କ୍ରିକେଟ୍ କ୍ଲବ୍ ଓ କୁକ୍ହିଲ୍ ମଧ୍ୟରେ ଚଳିତ ମାସରେ ଖେଳାଯାଇଥିବା ଏକ ମ୍ୟାଚ୍ ଅବସରରେ ଏଭଳି ବିରଳ ଘଟଣା ଦେଖିବାକୁ ମିଳିଛି। ବ୍ରୁମ୍ସଗ୍ରୁଭ୍ କ୍ଲବ୍ର ଓଲିଭର ହ୍ବାଇଟ୍ହାଉସ୍ ଗୋଟିଏ ଓଭରରେ ୬ଟି ବଲ୍ରୁ ୬ ୱିକେଟ୍ ନେବା ସହ ଦୁଇ ଓଭରରେ କୌଣସି ରନ୍ ନଦେଇ ମୋଟ୍ ୮ ୱିକେଟ୍ ଅକ୍ତିଆର କରିଥିଲେ। ଏହି ଘଟଣା ପରେ ଓଲିଭର ଏବେ ସୋସିଆଲ୍ ମିଡିଆ ସେନ୍ସେସନ୍ ହୋଇଯାଇଛନ୍ତି। ଟ୍ବିଟରରେ ତାଙ୍କର ଏହି କାରନାମାର ପୋଷ୍ଟକୁ ୪୫ହଜାର ୟୁଜର ଦେଖିସାରିଲେଣି। ଓଲିଭରଙ୍କ ଆଉ ଏକ ବିଶେଷତ୍ବ ହେଉଛି, ସେ ୧୯୬୯ ୱିମ୍ବଲଡନ୍ ଟେନିସ୍ ବିଜେତା ଆନ୍ ଜୋନ୍ସଙ୍କ ନାତି।




