ଗୁଜୁରାଟ ଟାଇଟନ୍ସକୁ ହରାଇଲା ମମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇ : ୱାଙ୍ଖଡେ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ୨୭ ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୧୮/୫ ସ୍କୋର କରିଥିଲା ବେଳେ ଗୁଜରାଟ ୧୯୧/୮ରେ ଅଟକି ଯାଇଥିଲା। ଟାଇଟନ୍ସର ଶୀର୍ଷ ୩ ବ୍ୟାଟର ଦୁଇ ଅଙ୍କରେ ପହଞ୍ଚିପାରିନଥିଲା ବେଳେ ୫୫ ରନ୍ ମଧ୍ୟରେ ଅଧା ଖେଳାଳି ପାଭିଲିଅନ୍ ଫେରିଯାଇଥିଲେ। ମଧ୍ୟକ୍ରମରେ ବିଜୟ ଶଙ୍କର ଦ୍ରୁତ ଭାବେ ରନ୍ ସଂଗ୍ରହ କରିଥିଲେ ସୁଦ୍ଧା ୨୯ ରନ୍ରେ ୱିକେଟ୍ ହରାଇଥିଲେ। କେବଳ ଡେଭିଡ୍ ମିଲର ଦଳର […]
ମୁମ୍ବାଇ : ୱାଙ୍ଖଡେ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ୨୭ ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୧୮/୫ ସ୍କୋର କରିଥିଲା ବେଳେ ଗୁଜରାଟ ୧୯୧/୮ରେ ଅଟକି ଯାଇଥିଲା। ଟାଇଟନ୍ସର ଶୀର୍ଷ ୩ ବ୍ୟାଟର ଦୁଇ ଅଙ୍କରେ ପହଞ୍ଚିପାରିନଥିଲା ବେଳେ ୫୫ ରନ୍ ମଧ୍ୟରେ ଅଧା ଖେଳାଳି ପାଭିଲିଅନ୍ ଫେରିଯାଇଥିଲେ। ମଧ୍ୟକ୍ରମରେ ବିଜୟ ଶଙ୍କର ଦ୍ରୁତ ଭାବେ ରନ୍ ସଂଗ୍ରହ କରିଥିଲେ ସୁଦ୍ଧା ୨୯ ରନ୍ରେ ୱିକେଟ୍ ହରାଇଥିଲେ। କେବଳ ଡେଭିଡ୍ ମିଲର ଦଳର ଏକମାତ୍ର ସଫଳ ବ୍ୟାଟର ଭାବେ ରାହୁଲ ତିୱାତିଆଙ୍କୁ ସାଥୀ କରି ଷଷ୍ଠ ୱିକେଟ୍ରେ ୪୫ ରନ୍ ଯୋଡ଼ି ଦଳକୁ ୧୦୦ ରନରେ ପହଞ୍ଚାଇଥିଲେ। କିନ୍ତୁ ଇମ୍ପାକ୍ଟ ପ୍ଲେୟାର ଆକାଶ ମଧୱାଲ ତାଙ୍କୁ ଏଲ୍ବିଡବ୍ଲୁ କରିବାରୁ ପୁଣି ଥରେ ଟାଇଟନ୍ସ ବିପର୍ଯ୍ୟୟ ମୁହାଁ ହୋଇଥିଲା। ହେଲେ ଅଷ୍ଟମ ସ୍ଥାନରେ ବ୍ୟାଟିଂ ଆସିଥିବା ରସିଦ୍ ଖାନ୍ ବିସ୍ଫୋରକ ବ୍ୟାଟିଂ କରି ୨୧ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ଦର୍ଶକଙ୍କ ମନୋରଂଜନ କରିଥିଲେ। ଟ୍ବେଣ୍ଟି-୨୦ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ବି ଦଳକୁ ଜିତାଇବା ପାଇଁ ତାହା ପର୍ଯ୍ୟାପ୍ତ ହୋଇନଥିଲା। ରସିଦଙ୍କ ବିସ୍ଫୋରକ ପାଳିରେ ୩ ଚୌକା ଓ ୧୦ ଛକା ସାମିଲ ଥିଲା। ଜୋସେଫ୍ଙ୍କ ସହ ନବମ ୱିକେଟ୍ରେ ରସିଦ୍ ୪୦ ବଲ୍ରୁ ୮୮* ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ଏଥିପୂର୍ବରୁ ରସିଦ୍ ଖାନ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ରସିଦ୍ ଗୋଟିଏ ପଟରୁ ରନ୍ ଉପରେ ନିୟନ୍ତ୍ରଣ ଆଣିବା ସାଙ୍ଗକୁ ୱିକେଟ୍ ଦଖଲ କରିଚାଲିଥିଲା ବେଳେ ଅନ୍ୟପଟରେ ସୂର୍ଯ୍ୟ ବିସ୍ଫୋରକ ବ୍ୟାଟିଂ କରିଚାଲିଥିଲେ। ଈଶାନ କିଶନ ଓ ରୋହିତ ପ୍ରଥମରୁ ରକ୍ଷଣାତ୍ମକ ଖେଳିଥିଲେ ବି ଧିରେଧିରେ ରନ୍ଗତି ବଢାଇଥିଲେ। ପାୱାରପ୍ଲେ ଶେଷ ବେଳକୁ ଦଳ ବିନା କୌଣସି କ୍ଷତିରେ ୬୧ ରନ୍ ସଂଗ୍ରହ କରିନେଇଥିଲା। ହେଲେ ପାୱାରପ୍ଲେର ପରବର୍ତ୍ତୀ ଓଭରରେ ରସିଦ୍ ଖାନ୍ ଉଭୟ ରୋହିତ (୨୯) ଓ ଈଶାନ (୩୧)ଙ୍କୁ ଆଉଟ୍ କରି ଗୁଜରାଟକୁ ଯୁଗଳ ସଫଳତା ଦେଇଥିଲେ। ରସିଦ୍ ତାଙ୍କ ପରବର୍ତ୍ତୀ ଓଭରରେ ନେହଲ ୱାଧେରା (୧୫)ଙ୍କୁ ଆଉଟ୍ କରିବାରୁ ମୁମ୍ବାଇର ରନ୍ ଗତି ଧିମା ହୋଇଯାଇଥିଲା। ସୂର୍ଯ୍ୟକୁମାର ଯାଦବ ଓ ବିଷ୍ଣୁ ବିନୋଦ ଚତୁର୍ଥ ୱିକେଟ୍ରେ ୬୫ ରନ୍ ଯୋଡ଼ି ପୁଣି ଥରେ ମୁମ୍ବାଇକୁ ବଡ଼ ସ୍କୋର ଆଡ଼କୁ ନେଇଥିଲେ। ସୂର୍ଯ୍ୟକୁମାର ତାଙ୍କ ବିସ୍ଫୋରକ ବ୍ୟାଟିଂ ଶେଷ ପର୍ଯ୍ୟନ୍ତ ଜାରି ରଖିବା ସହିତ ଚୌକା, ଛକାର ବର୍ଷା କରି ଶେଷ ବଲ୍ରେ ଶତକ (୧୦୩* ରନ୍, ୪୯ ବଲ୍) ପୂରଣ କରିଥିଲେ।




