ଗୁଜୁରାଟକୁ ହରାଇଲା ରାଜସ୍ଥାନ
ଅହମଦାବାଦ: ଆଇପିଏଲ୍ର ରବିବାର ସନ୍ଧ୍ୟାରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରିଛି। ନରେନ୍ଦ୍ର ମୋ୍ଦୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ୧୭୭ ରନ୍ ସଂଗ୍ରହ କରିଥିଲା। ଶୁବମନ ଗିଲ୍ ୪୫ ଏବଂ ଡେଭିଡ୍ ମିଲର୍ ୪୬ ରନ୍ କରିଥିଲେ। ଅନ୍ୟମାନେ ଭଲ ଖେଳିଥିଲେ ବି ବଡ଼ ସ୍କୋରରେ କେହି ବି ପହଞ୍ଚି ପାରିନଥିଲେ। ଜବାବରେ ରାଜସ୍ଥାନ ରୟାଲ୍ସ ପାୱାର ପ୍ଲେ ମଧ୍ୟରେ ଖରାପ ଖେଳିଥିଲେ […]
ଅହମଦାବାଦ: ଆଇପିଏଲ୍ର ରବିବାର ସନ୍ଧ୍ୟାରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରିଛି। ନରେନ୍ଦ୍ର ମୋ୍ଦୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ୧୭୭ ରନ୍ ସଂଗ୍ରହ କରିଥିଲା। ଶୁବମନ ଗିଲ୍ ୪୫ ଏବଂ ଡେଭିଡ୍ ମିଲର୍ ୪୬ ରନ୍ କରିଥିଲେ। ଅନ୍ୟମାନେ ଭଲ ଖେଳିଥିଲେ ବି ବଡ଼ ସ୍କୋରରେ କେହି ବି ପହଞ୍ଚି ପାରିନଥିଲେ। ଜବାବରେ ରାଜସ୍ଥାନ ରୟାଲ୍ସ ପାୱାର ପ୍ଲେ ମଧ୍ୟରେ ଖରାପ ଖେଳିଥିଲେ ବି ଅଧିନାୟକ ସଂଜୁ ସାମସନ୍ଙ୍କ ବିସ୍ଫୋରକ ପାଳି (୩୨ ବଲ୍ରୁ ୬୦ ରନ୍) ଯୋଗୁଁ ରାଜସ୍ଥାନ ବିଜୟ ଅଭିମୁଖେ ବାହାରିପାରିଥିଲା। ସିମ୍ରନ ହେଟମେୟରଙ୍କୁ ସାଥି କରି ସଂଜୁ ୫୯ ରନ୍ ଭାଗୀଦାରି କରିଥିଲେ। ପରେ ଧୃବ ଜୁରେଲ୍ଙ୍କୁ ସାଥି କରି ହେଟମେୟର୍ ମଧ୍ୟ ଦ୍ରୁତ ୪୭ ରନ୍ ସଂଯୋଗ କରିବା ସହ ଦଳକୁ ବିଜୟର ନିକଟତର କରିଥିଲା। ହେଟମେୟର୍ ୨୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିବା ସହ ବିଜୟ ମୁଣ୍ଡି ମାରିଥିଲେ।




