ଗୁଜରାଟ ଟାଇଟନ୍ସଠୁ ହାରିଲା ପଞ୍ଜାବ କିଙ୍ଗ୍ସ

ମୋହାଲି: ଆଇପିଏଲ୍ର ଅଷ୍ଟାଦଶ ମ୍ୟାଚ୍ରେ ଆଉ ଏକ ଶେଷ ଓଭର ରୋମାଞ୍ଚ ଦେଖିବାକୁ ମିଳିଥିଲା ବେଳେ ଏଥିରେ ଗୁଜରାଟ ଟାଇଟନ୍ସ ୬ ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୮ ୱିକେଟ୍ ବିନିମୟରେ ୧୫୩ ରନ୍ କରିଥିଲା ବେଳେ ଟାଇଟନ୍ସ ଗୋଟିଏ ପୂର୍ବରୁ ଲକ୍ଷ୍ୟ ହାସଲ କରିଥିଲା। ମ୍ୟାଚ୍ରେ ଟସ୍ ଜିତି ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ପଞ୍ଜାବ ପ୍ରଥମରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରଥମ ଓଭରରେ […]

Samaya Live Picture
Published On

ମୋହାଲି: ଆଇପିଏଲ୍ର ଅଷ୍ଟାଦଶ ମ୍ୟାଚ୍ରେ ଆଉ ଏକ ଶେଷ ଓଭର ରୋମାଞ୍ଚ ଦେଖିବାକୁ ମିଳିଥିଲା ବେଳେ ଏଥିରେ ଗୁଜରାଟ ଟାଇଟନ୍ସ ୬ ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୮ ୱିକେଟ୍ ବିନିମୟରେ ୧୫୩ ରନ୍ କରିଥିଲା ବେଳେ ଟାଇଟନ୍ସ ଗୋଟିଏ ପୂର୍ବରୁ ଲକ୍ଷ୍ୟ ହାସଲ କରିଥିଲା। ମ୍ୟାଚ୍ରେ ଟସ୍ ଜିତି ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ପଞ୍ଜାବ ପ୍ରଥମରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରଥମ ଓଭରରେ ପ୍ରଭସିମ୍ରନ ସିଂହ (୦) ଙ୍କୁ ମହମ୍ମଦ ସାମି ଓ ଚତୁର୍ଥ ଓଭରରେ ଅଧିନାୟକ ଶିଖର ଧାୱନ (୮)ଙ୍କୁ ଜୋସ୍ ଲିଟିଲ୍ ଆଉଟ୍ କରି ଟାଇଟନ୍ସକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ମାଥ୍ୟୁ ସର୍ଟ (୩୬) ପ୍ରଥମ ଥର ଲୟରେ ଆସିଥିଲା ବେଳେ ଦ୍ରୁତ ରନ୍ ସଂଗ୍ରହ କରିବାକୁ ଯାଇ ରସିଦ ଖାନ୍ଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ଶୀର୍ଷ ତିନିଜଣ ଆଉଟ୍ହେବାରୁ ଭାନୁକା ରାଜପକ୍ଷ (୨୦), ଜିତେଶ ଶର୍ମା (୨୫), ସାମ୍ କରଣ (୨୨) ରକ୍ଷଣାତ୍ମକ ଖେଳିଥିଲେ। ତଳଭାଗରେ ଶାହରୁଖ ଖାନ୍ ୯ ବଲ୍ରୁ ଦ୍ରୁତ ୨୨ ରନ୍ ସଂଗ୍ରହ କରି ଦଳକୁ ୧୫୦ ପାର୍କରାଇଥିଲେ। ୧୫୪ ରନ୍ର ଲକ୍ଷ୍ୟକୁ ପିଛା କରି ରିଦ୍ଧିମାନ ଶାହ (୩୦) ଓ ଶୁବମନ ଗିଲ୍ (୬୭) ଆରମ୍ଭରୁ ଘନ ଘନ ଚୌକା ମାରିଥିଲେ। ତେବେ ପଞ୍ଚମ ଓଭରରେ ରିଦ୍ଧିମାନଙ୍କୁ ରବାଦା ଆଉଟ୍ କରି ପଞ୍ଜାବକୁ ପ୍ରଥମ ସଫଳତା ଦେଇଥିଲେ। ସାଇ ସୁଦର୍ଶନ (୧୯) ଓ ପାଣ୍ଡ୍ୟା (୮) କମ୍ ରନ୍ ବ୍ୟବଧାନରେ ଆଉଟ୍ ହୋଇଯିବାରୁ ଅର୍ଦ୍ଧଶତକ ଅର୍ଜନ କରିସାରିଥିବା ଶୁବମନଙ୍କ ସହ ଡେଭିଡ୍ ମିଲର (୧୭*) ଦଳର ଭାର କାନ୍ଧେଇଥିଲେ। ଶେଷ ଓଭରରେ ୭ ରନ୍ ଆବଶ୍ୟକ ହେଉଥିଲା ବେଳେ ଦ୍ବିତୀୟ ବଲ୍ରେ ଶୁବମନ୍ଙ୍କୁ ସାମ୍ କରନ ବୋଲ୍ଡ କରି ଟାଇଟନ୍ସ ଶିବିରରେ ଆଶଙ୍କା ଭରିଦେଇଥିଲେ। ରାହୁଲ ତିୱାଟିଆ (୫*) ଓ ମିଲରଙ୍କୁ କରନ ଦୁଇଟି ପରଫେକ୍ଟ ୟର୍କର ପକାଇବାରୁ ମାତ୍ର ୧-୧ ରନ୍ ସଂଗ୍ରହ ହୋଇଥିଲା। ତେବେ ପଞ୍ଚମ ବଲ୍ରେ ତିୱାଟିଆ ପେଡାଲ ସ୍ବିପ୍ରେ ଫାଇନ୍ ଲେଗ୍କୁ ଚୌକା ମାରି ଦଳକୁ ଜିତାଇଥିଲେ।

Tags: