ଗୁଜରାଟ ଟାଇଟନ୍ସକୁ ୫ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ
ଅହମଦାବାଦ୍: ଆଇପିଏଲର ୪୪ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ୫ରନ୍ରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଦ୍ବିତୀୟ ପାଳିରେ ଗୁଜରାଟ ୧୩୧ ରନ୍ର ଲକ୍ଷ୍ୟକୁ ପିଛାକରି ୬ ୱିକେଟ ହରାଇ ୧୨୫ ରନ୍ କରି ପରାସ୍ତ ହୋଇଛି । ଗୁଜରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୫୯ ରନ୍, ଅଭିନଭ ମନୋହର ୨୬ ରନ୍ କରିଥିବା ବେଳେ ରାହୁଲ ତେୱତିଆ ୭ ବଲ୍ରେ ୨୦ ରନ୍ କରିଥିଲେ ସୁଧା ଗୁଜରାଟକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଦିଲ୍ଲୀ ପକ୍ଷରୁ ଖଲିଲ […]
ଅହମଦାବାଦ୍: ଆଇପିଏଲର ୪୪ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ୫ରନ୍ରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଦ୍ବିତୀୟ ପାଳିରେ ଗୁଜରାଟ ୧୩୧ ରନ୍ର ଲକ୍ଷ୍ୟକୁ ପିଛାକରି ୬ ୱିକେଟ ହରାଇ ୧୨୫ ରନ୍ କରି ପରାସ୍ତ ହୋଇଛି । ଗୁଜରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୫୯ ରନ୍, ଅଭିନଭ ମନୋହର ୨୬ ରନ୍ କରିଥିବା ବେଳେ ରାହୁଲ ତେୱତିଆ ୭ ବଲ୍ରେ ୨୦ ରନ୍ କରିଥିଲେ ସୁଧା ଗୁଜରାଟକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ, ଇଶାନ୍ତ ଶର୍ମା ୨-୨ଟି ୱିକେଟ ନେଇଥିବା ବେଳେ ଆନରିଚ ନର୍ଖିୟା ଓ କୁଲଦୀପ ଯାଦବ ୧-୧ ୱିକେଟ ନେଇଥିଲେ । ପ୍ରଥମ ପାଳିରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଗୁଜରାଟ୍ର ବୋଲରଙ୍କ ଆଗରେ ଧୂରନ୍ଧର ବ୍ୟାଟର ଡେଭିଡ ୱାର୍ନରଙ୍କ ସମେତ ଆଗଧାଡ଼ିର ଅନ୍ୟ ଖେଳାଳିମାନେ ବିଫଳ ହୋଇଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୦ ରନ୍ କରିଛି। ଫଳରେ ଗୁଜରାଟ୍ ଟାଇଟନ୍ସକୁ ୧୩୧ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ଗୁଜରାଟର ବୋଲର ମହମ୍ମଦ ସାମି ୪ ୱିକେଟ୍ ନେଇଥିଲେ। ଦିଲ୍ଲୀ ପାଇଁ ଅମନ୍ ହାକିମ୍ ଖାନ୍ ସର୍ବାଧିକ ୫୧ ରନ୍ କରିଥିଲେ। ହାକିମ୍ ଓ ରିପାଲ ପଟେଲ ୭ମ ୱିକେଟ୍ ପାଇଁ ୫୩ ରନ୍ର ଭାଗିଦାରୀ କରି ଦଳର ସମ୍ମାନ ରକ୍ଷା କରିଥିଲେ। ଅଲ୍ରାଉଣ୍ଡର ଅକ୍ଷର ପଟେଲ ୩୦ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରି ୨୭ ରନ୍ ଯୋଡ଼ିଥିଲେ।




