ଗୁଜରାଟ ଟାଇଟନ୍ସକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ
ଅହମଦାବାଦ: ଚଳିତ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ୬ ୱିକେଟ୍ରେ ଶୋଚନୀୟ ପରାସ୍ତ ହୋଇଛି ଗୁଜରାଟ ଟାଇଟନ୍ସ। ମାତ୍ର ୮୯ ରନ୍ରେ ଗୁଜରାଟ ଅଲଆଉଟ୍ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଲକ୍ଷ୍ୟକୁ ମାତ୍ର ୮.୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଆଜି ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଗୁଜରାଟ ଟାଇଟନ୍ସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦିଲ୍ଲୀ ବୋଲର୍ମାନେ ପାୱାର ପ୍ଲେ ଭିତରେ ୪ଟି ୱିକେଟ୍ ନେଇ ଗୁଜରାଟର […]
ଅହମଦାବାଦ: ଚଳିତ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ୬ ୱିକେଟ୍ରେ ଶୋଚନୀୟ ପରାସ୍ତ ହୋଇଛି ଗୁଜରାଟ ଟାଇଟନ୍ସ। ମାତ୍ର ୮୯ ରନ୍ରେ ଗୁଜରାଟ ଅଲଆଉଟ୍ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଲକ୍ଷ୍ୟକୁ ମାତ୍ର ୮.୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଆଜି ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଗୁଜରାଟ ଟାଇଟନ୍ସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦିଲ୍ଲୀ ବୋଲର୍ମାନେ ପାୱାର ପ୍ଲେ ଭିତରେ ୪ଟି ୱିକେଟ୍ ନେଇ ଗୁଜରାଟର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଏହା ପରେ ମଧ୍ୟକ୍ରମ ବ୍ୟାଟର୍ଙ୍କୁ କ୍ରିଜ୍ରେ ଜମିବାର କୌଣସି ସୁଯୋଗ ଦେଇ ନଥିଲେ। ଲଗାତାର ୱିକେଟ୍ ନେଇ ୧୫ ବଲ୍ ପୂର୍ବରୁ ଗୁଜରାଟ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଅଧିନାୟକ ଶୁବମନ ଗିଲ୍ଙ୍କ ସମେତ ୭ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ସ୍ପିନର ରସିଦ ଖାନ୍ଙ୍କ ୩୧ ରନ୍ ଦଳର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଥିଲା। ପ୍ରଥମ ଥର ଲାଗି ଦଳ ୧୦୦ରୁ କମ୍ ରନ୍ କରିଥିଲା। ଅନ୍ୟପକ୍ଷରେ ଦିଲ୍ଲୀର ସବୁ ବୋଲର ଭଲ ବୋଲିଂ କରିଥିଲେ। ମୁକେଶ କୁମାର ଗୋଟିଏ ଓଭରରେ ଦୁଇଟି ୱିକେଟ୍ ସହ ମାତ୍ର ୧୪ ରନ୍ରେ ୩ ୱିକେଟ୍ କରାୟତ୍ତ କରିଥିଲେ। ଈଶାନ୍ତ ଶର୍ମା ଓ ଟ୍ରିଷ୍ଟନ ଷ୍ଟବ୍ସ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।




