ଗୁଜରାଟ ଜାଏଣ୍ଟ୍ସ ବ୍ୟାଟିଂ ପ୍ରଶିକ୍ଷକ ପାର୍ଥିବ ପଟେଲ୍
ନୂଆଦିଲ୍ଲୀ: ଆଇପିଏଲ୍ ଦଳ ଗୁଜରାଟ ଟାଇଟାନ୍ସ ପକ୍ଷରୁ ପୂର୍ବତନ ଭାରତୀୟ କ୍ରିକେଟର୍ ପାର୍ଥିବ ପଟେଲଙ୍କୁ ସହକାରୀ ପ୍ରଶିକ୍ଷକ ସହ ମୁଖ୍ୟ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଏହି ପୂର୍ବତନ ୱିକେଟ୍ରକ୍ଷକ-ବ୍ୟାଟର୍ ୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ କାମ କରିଥିଲେ। ଏଥିସହ ୨୦୨୩ରେ ସେ ମୁମ୍ବାଇ ଏମିରେଟ୍ସର ବ୍ୟାଟିଂ ପ୍ରଶିକ୍ଷକ ଥିଲେ। ପାର୍ଥିବ ଖେଳ ଜୀବନରେ ଭାରତ ପାଇଁ ୨୫ ଟେଷ୍ଟ୍, ୩୮ ଦିନିକିଆ ଓ ୨ ଟ୍ବେଣ୍ଟି-୨୦ ଖେଳିଛନ୍ତି। […]
ନୂଆଦିଲ୍ଲୀ: ଆଇପିଏଲ୍ ଦଳ ଗୁଜରାଟ ଟାଇଟାନ୍ସ ପକ୍ଷରୁ ପୂର୍ବତନ ଭାରତୀୟ କ୍ରିକେଟର୍ ପାର୍ଥିବ ପଟେଲଙ୍କୁ ସହକାରୀ ପ୍ରଶିକ୍ଷକ ସହ ମୁଖ୍ୟ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଏହି ପୂର୍ବତନ ୱିକେଟ୍ରକ୍ଷକ-ବ୍ୟାଟର୍ ୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ କାମ କରିଥିଲେ। ଏଥିସହ ୨୦୨୩ରେ ସେ ମୁମ୍ବାଇ ଏମିରେଟ୍ସର ବ୍ୟାଟିଂ ପ୍ରଶିକ୍ଷକ ଥିଲେ। ପାର୍ଥିବ ଖେଳ ଜୀବନରେ ଭାରତ ପାଇଁ ୨୫ ଟେଷ୍ଟ୍, ୩୮ ଦିନିକିଆ ଓ ୨ ଟ୍ବେଣ୍ଟି-୨୦ ଖେଳିଛନ୍ତି। ଏଥିସହ ସେ ଗୁଜରାଟ ପକ୍ଷରୁ ୧୯୪ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଆଇପିଏଲ୍ରେ ସେ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳିଥିଲା ବେଳେ ୨ ଥର ବିଜେତା ଦଳର ସଦସ୍ୟ ଥିଲେ।




