ଗିଲ୍ ଆଗାମୀ ଦଶ ବର୍ଷ ପର୍ଯ୍ୟନ୍ତ ବିଶ୍ବ କ୍ରିକେଟରେ ଆଧିପତ୍ୟ ବିସ୍ତାର ରିବେ: ହେଡେନ୍
ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ଭାରତୀୟ ଯୁବ ତାରକା ଶୁବମନ ଗିଲ୍ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ବିଶ୍ବ କ୍ରିକେଟରେ ଆଧିପତ୍ୟ ବିସ୍ତାର କରିବେ ବୋଲି କହିଛନ୍ତି କିଂବଦନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ମାଥ୍ୟୁ ହେଡେନ। ସେ ଯେଭଳି ବଡ଼ ସ୍କୋର୍ କରିଚାଲିଛନ୍ତି ତାହା ଭଗବାନଙ୍କ ବରଦାନ ବୋଲି ହେଡେନ୍ କହିଛନ୍ତି। ୨୩ ବର୍ଷ ବୟସ୍କ ଗିଲ୍ ଇତି ମଧ୍ୟରେ ଟେଷ୍ଟ୍ରେ ୨ଟି ଶତକ, ଦିନିକିଆ ଆନ୍ତର୍ଜାତିକରେ ୪ ଏବଂ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଗୋଟିଏ […]
ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ଭାରତୀୟ ଯୁବ ତାରକା ଶୁବମନ ଗିଲ୍ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ବିଶ୍ବ କ୍ରିକେଟରେ ଆଧିପତ୍ୟ ବିସ୍ତାର କରିବେ ବୋଲି କହିଛନ୍ତି କିଂବଦନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ମାଥ୍ୟୁ ହେଡେନ। ସେ ଯେଭଳି ବଡ଼ ସ୍କୋର୍ କରିଚାଲିଛନ୍ତି ତାହା ଭଗବାନଙ୍କ ବରଦାନ ବୋଲି ହେଡେନ୍ କହିଛନ୍ତି। ୨୩ ବର୍ଷ ବୟସ୍କ ଗିଲ୍ ଇତି ମଧ୍ୟରେ ଟେଷ୍ଟ୍ରେ ୨ଟି ଶତକ, ଦିନିକିଆ ଆନ୍ତର୍ଜାତିକରେ ୪ ଏବଂ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଗୋଟିଏ ଶତକ ମାରିସାରିଲେଣି। ଏହାପରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ୪୯ ବଲ୍ରୁ ୬୭ ରନ୍ କରିବା ତାଙ୍କ ପ୍ରତିଭାର ପ୍ରମାଣିତ ଦେଇଛି। ସେ ଏଭଳି ଜଣେ ବିଶ୍ବସ୍ତରୀୟ ଖେଳାଳି ଯିଏକି ବିଶ୍ବ କ୍ରିକେଟରେ ଆଧିପତ୍ୟ ବିସ୍ତାର କରିବେ ବୋଲି ହେଡେନ୍ ଅନୁଭବ କରିଛନ୍ତି।




