ଖୱାଜାଙ୍କ ଶତକ ପରେ ଅଷ୍ଟ୍ରେଲିଆ ୩୧୧/୫

ବର୍ମିଂହାମ୍: ଉସ୍ମାନ ଖୱାଜାଙ୍କ ଶତକ ସହ ଟ୍ରାଭିସ୍ ହେଡ୍, ଆଲେକ୍ସ କ୍ୟାରିଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିପକ୍ଷ ଆସେସ୍ ଟ୍ରଫି ପ୍ରଥମ ମ୍ୟାଚ୍ର ଦ୍ବିତୀୟ ଦିନରେ ଅଷ୍ଟ୍ରେଲିଆ ୩୧୧/୫ ସ୍କୋର କରି ଦୃଢ ସ୍ଥିତିରେ ରହିଛି। ଏବେବି ଇଂଲଣ୍ଡର ପ୍ରଥମ ପାଳି ୩୯୩ ରନ୍ଠୁ ଅଷ୍ଟ୍ରେଲିଆ ୮୨ ରନ୍ ପଛରେ ରହିଛି। ପ୍ରଥମ ଦିନର ଅସମାପ୍ତ ସ୍କୋର ୧୪/୦ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ଦିନରେ ବିପର୍ଯ୍ୟୟର ସାମ୍ନା କରିଥିଲା। ଡେଭିଡ ୱାର୍ଣ୍ଣର (୯) ଓ […]

Samaya Live Picture
Published On

ବର୍ମିଂହାମ୍: ଉସ୍ମାନ ଖୱାଜାଙ୍କ ଶତକ ସହ ଟ୍ରାଭିସ୍ ହେଡ୍, ଆଲେକ୍ସ କ୍ୟାରିଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିପକ୍ଷ ଆସେସ୍ ଟ୍ରଫି ପ୍ରଥମ ମ୍ୟାଚ୍ର ଦ୍ବିତୀୟ ଦିନରେ ଅଷ୍ଟ୍ରେଲିଆ ୩୧୧/୫ ସ୍କୋର କରି ଦୃଢ ସ୍ଥିତିରେ ରହିଛି। ଏବେବି ଇଂଲଣ୍ଡର ପ୍ରଥମ ପାଳି ୩୯୩ ରନ୍ଠୁ ଅଷ୍ଟ୍ରେଲିଆ ୮୨ ରନ୍ ପଛରେ ରହିଛି। ପ୍ରଥମ ଦିନର ଅସମାପ୍ତ ସ୍କୋର ୧୪/୦ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ଦିନରେ ବିପର୍ଯ୍ୟୟର ସାମ୍ନା କରିଥିଲା। ଡେଭିଡ ୱାର୍ଣ୍ଣର (୯) ଓ ମାର୍ନସ ଲବୁସାନ୍ (୦)ଙ୍କୁ ଲଗାତାର ବଲ୍ରେ ଷ୍ଟୁଆର୍ଟ ବ୍ରଡ୍ ଆଉଟ୍ କରିବା ପରେ ଷ୍ଟିଭେନ୍ ସ୍ମିଥ୍ ମାତ୍ର ୧୬ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। ଖୱାଜା ଗୋଟିଏ ପଟରୁ ପାଳି ସମ୍ଭାଳିବା ସହ ଟ୍ରାଭିସ୍ ହେଡ୍ (୫୦)ଙ୍କ ସହ ମିଶି ଚତୁର୍ଥ ୱିକେଟ୍ରେ ୮୧ ରନ୍, କାମେରନ୍ ଗ୍ରିନ୍ଙ୍କ ସହ ପଞ୍ଚମ ୱିକେଟ୍ରେ ୭୨ରନ୍ ଏବଂ ଆଲେକ୍ସ କ୍ୟାରି (୫୨*)ଙ୍କ ସହ ଷଷ୍ଠ ୱିକେଟ୍ରେ ୯୧* ରନ୍ ଯୋଡ଼ି ଦଳକୁ ଦୃଢ ସ୍ଥିତିରେ ରଖିଥିଲେ। ବ୍ରଡ୍ଙ୍କ ସହ ମୋଇନ୍ ଅଲ୍ଲୀ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ।

Tags: