ଖେଳାଳିଙ୍କ ବିବରଣୀ ପଠାଇବା ଅବଧି ବୃଦ୍ଧି ପାଇଁ ଓସିଏକୁ ଚିଠି ଲେଖିଲା ଆଇଓଏ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପାଇଁ ଭାରତୀୟ କୁସ୍ତିଯୋଦ୍ଧା ଦଳର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଆଉ ଅଧିକ କିଛି ଦିନ ସମୟ ଦେବାକୁ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଶୁକ୍ରବାର ଏସୀୟ ଅଲିମ୍ପିକ ପରିଷଦ (ଓସିଏ) କୁ ଅନୁରୋଧ କରିଛି। ସମସ୍ତ କ୍ରୀଡ଼ାବିତ୍ଙ୍କ ବିବରଣୀ ଜୁଲାଇ ୧୫ ତାରିଖ ସୁଦ୍ଧା ପଠାଇବାକୁ ଓସିଏ ସମୟ ଧାର୍ଯ୍ୟ କରିଥିଲା। କିନ୍ତୁ ଦିଲ୍ଲୀରେ ଆନ୍ଦୋଳନ କରିଥିବା କୁସ୍ତିଯୋଦ୍ଧାମାନେ କ୍ରୀଡ଼ାମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏସୀୟ କ୍ରୀଡ଼ା ଟ୍ରାଏଲ୍ସ ଅଗଷ୍ଟ […]

Samaya Live Picture
Published On

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପାଇଁ ଭାରତୀୟ କୁସ୍ତିଯୋଦ୍ଧା ଦଳର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଆଉ ଅଧିକ କିଛି ଦିନ ସମୟ ଦେବାକୁ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଶୁକ୍ରବାର ଏସୀୟ ଅଲିମ୍ପିକ ପରିଷଦ (ଓସିଏ) କୁ ଅନୁରୋଧ କରିଛି। ସମସ୍ତ କ୍ରୀଡ଼ାବିତ୍ଙ୍କ ବିବରଣୀ ଜୁଲାଇ ୧୫ ତାରିଖ ସୁଦ୍ଧା ପଠାଇବାକୁ ଓସିଏ ସମୟ ଧାର୍ଯ୍ୟ କରିଥିଲା। କିନ୍ତୁ ଦିଲ୍ଲୀରେ ଆନ୍ଦୋଳନ କରିଥିବା କୁସ୍ତିଯୋଦ୍ଧାମାନେ କ୍ରୀଡ଼ାମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏସୀୟ କ୍ରୀଡ଼ା ଟ୍ରାଏଲ୍ସ ଅଗଷ୍ଟ ମାସରେ କରିବା ପାଇଁ ଅନୁରୋଧ କରିଥିଲେ। ଆନ୍ଦୋଳନରେ ବସିବା ଯୋଗୁଁ କୁସ୍ତିଯୋଦ୍ଧାମାନେ ଅଭ୍ୟାସ କରିବାକୁ ସୁଯୋଗ ପାଇନଥିଲେ। ଏସଂକ୍ରାନ୍ତରେ କୁସ୍ତିଯୋଦ୍ଧାମାନେ ମଧ୍ୟ କ୍ରୀଡ଼ା ବିଭାଗ ଉପସଚିବ ଏସ୍ପିଏସ୍ ତୋମାରଙ୍କୁ ଏକ ଚିଠି ଲେଖିଥିଲା ବେଳେ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଡବ୍ଲୁଏଫ୍ଆଇ ବ୍ୟାପାର ବୁଝୁଥିବା ଆଡ୍-ହକ୍ କମିଟିକୁ ପଠାଇ ଦେଇଛି। ଏହାକୁ ଭିତ୍ତି କରି ଆଡ-ହକ୍ କମିଟି ଆଇଓଏକୁ ଅବଗତ କରାଇବାରୁ ଓସିଏକୁ ଅବଧି ବଢ଼ାଇବା ପାଇଁ ଚିଠି ଲେଖାଯାଇଥିବା ଜଣାପଡ଼ିଛି।

Tags: