ଖେଳାଳିଙ୍କ ଓଠରେ ଚୁମ୍ବନ ଦେଇ ଇସ୍ତଫା ଦେଲେ ସ୍ପେନ୍ ଫୁଟବଲ୍ ମୁଖ୍ୟ ଲୁଇସ୍

ମାଦ୍ରିଦ୍: ସ୍ପେନ୍ ଫୁଟବଲ୍ ମହାସଂଘ ସଭାପତି ଲୁଇସ୍ ରୁବାଏଲ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଫିଫା ବିଶ୍ବକପ୍ ପୁରସ୍କାର ପ୍ରଦାନ ସମାରୋହରେ ନିଜ ଦେଶର ମହିଳା ଫୁଟବଲ୍ ଖେଳାଳି ଜେନି ହର୍ମୋସୋଙ୍କୁ ଚୁମ୍ବନ ଦେବା ଘଟଣାର ବିତର୍କ ଏକପ୍ରକାରର ଶେଷ ହୋଇଛି। ଲୁଇସ୍ ତାଙ୍କ ଇସ୍ତଫା ପତ୍ରକୁ କାମଚଳା ସଭାପତି ପେଡ୍ରୋ ରୋଚାଙ୍କ ନିକଟକୁ ପଠାଇଥିବା ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥି ସହିତ ୟୁରୋପିଆନ୍ ଫୁଟବଲ୍ ସଂଗଠନ ୟୁଇଏଫ୍ଏର ଉପସଭାପତି ପଦରୁ ମଧ୍ୟ ସେ […]

Samaya Live Picture
Published On

ମାଦ୍ରିଦ୍: ସ୍ପେନ୍ ଫୁଟବଲ୍ ମହାସଂଘ ସଭାପତି ଲୁଇସ୍ ରୁବାଏଲ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଫିଫା ବିଶ୍ବକପ୍ ପୁରସ୍କାର ପ୍ରଦାନ ସମାରୋହରେ ନିଜ ଦେଶର ମହିଳା ଫୁଟବଲ୍ ଖେଳାଳି ଜେନି ହର୍ମୋସୋଙ୍କୁ ଚୁମ୍ବନ ଦେବା ଘଟଣାର ବିତର୍କ ଏକପ୍ରକାରର ଶେଷ ହୋଇଛି। ଲୁଇସ୍ ତାଙ୍କ ଇସ୍ତଫା ପତ୍ରକୁ କାମଚଳା ସଭାପତି ପେଡ୍ରୋ ରୋଚାଙ୍କ ନିକଟକୁ ପଠାଇଥିବା ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥି ସହିତ ୟୁରୋପିଆନ୍ ଫୁଟବଲ୍ ସଂଗଠନ ୟୁଇଏଫ୍ଏର ଉପସଭାପତି ପଦରୁ ମଧ୍ୟ ସେ ଓହରି ଯାଇଛନ୍ତି। ତଥାପି ସ୍ପେନ୍ ହାଇକୋର୍ଟରେ ଲୁଇସ୍ଙ୍କ ବିରୋଧରେ ଯୌନ ନିର୍ଯାତନା ଓ ବଳପ୍ରୟୋଗ କରିବା ଭଳି ମାମଲା ଦାୟର କରାଯାଇଛି। ଇସ୍ତଫା ଦେଇଥିଲେ ମଧ୍ୟ ଉକ୍ତ ଘଟଣା ପାଇଁ ଲୁଇସ୍ ଅନୁତାପ କରିନାହାନ୍ତି। ଶେଷ ପର୍ଯ୍ୟନ୍ତ ସେ ନିଜ ସମ୍ମାନ ପାଇଁ ଲଢ଼ିବେ। ସତ୍ୟ ଓ ଭବିଷ୍ୟତ ଉପରେ ତାଙ୍କର ଭରସା ରହିଥିବା ପ୍ରକାଶ କରିଛନ୍ତି। ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ପଦ ତ୍ୟାଗ କରିବା ପାଇଁ ସ୍ଥିର କରିଥିବା ଲୁଇସ କହିଥିଲେ। ଉଲ୍ଲେଖଯୋଗ୍ୟ, ଲୁଇସ୍ଙ୍କ ଏହି ବ୍ୟବହାର ପାଇଁ ବିଶ୍ବ ଫୁଟବଲ୍ ମହାସଂଘ ଫିଫା ଦ୍ବାରା ତାଙ୍କୁ ୩ ମାସ ପାଇଁ ନିଲମ୍ବିତ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

Tags: