କ୍ୟାଚ୍ ପାଇଁ କୋହଲିଙ୍କୁ ମିଳିଲା ସ୍ବର୍ଣ୍ଣ ପଦକ

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷରେ ୬ ୱିକେଟ୍ର ବିଜୟ ପରେ ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଅଷ୍ଟ୍ରେଲିଆ ପାଳିରେ ସ୍ଲିପ୍ ଅଞ୍ଚଳରେ ମିଚେଲ୍ ମାର୍ଶଙ୍କୁ ଆଉଟ କରିବାକୁ ଯାଇ ବାମ ପଟକୁ ଡାଇଭ୍ ମାରି ଶୂନ୍ୟରେ କ୍ୟାଚ୍ ଧରିଥିଲେ। ଏହି କ୍ୟାଚ୍ ପାଇଁ ତାଙ୍କୁ ଭାରତୀୟ ଦଳର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି ଦିଲୀପ ଏହି ପଦକ ପ୍ରଦାନ କରିଛନ୍ତି। ବିସିସିଆଇ ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରେ ଭାରତୀୟ ଡ୍ରେସିଂ ରୁମ୍ ଭିତରେ କୋହଲିଙ୍କୁ […]

Samaya Live Picture
Published On

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷରେ ୬ ୱିକେଟ୍ର ବିଜୟ ପରେ ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଅଷ୍ଟ୍ରେଲିଆ ପାଳିରେ ସ୍ଲିପ୍ ଅଞ୍ଚଳରେ ମିଚେଲ୍ ମାର୍ଶଙ୍କୁ ଆଉଟ କରିବାକୁ ଯାଇ ବାମ ପଟକୁ ଡାଇଭ୍ ମାରି ଶୂନ୍ୟରେ କ୍ୟାଚ୍ ଧରିଥିଲେ। ଏହି କ୍ୟାଚ୍ ପାଇଁ ତାଙ୍କୁ ଭାରତୀୟ ଦଳର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି ଦିଲୀପ ଏହି ପଦକ ପ୍ରଦାନ କରିଛନ୍ତି। ବିସିସିଆଇ ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରେ ଭାରତୀୟ ଡ୍ରେସିଂ ରୁମ୍ ଭିତରେ କୋହଲିଙ୍କୁ ଦିଲୀପ ଏହି ପଦକ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। କୋହଲି ମଧ୍ୟ ପଦକ ପାଇବା ପରେ ତାହାକୁ ପାଟିରେ କାମୁଡି ଫଟୋ ପାଇଁ ପୋଜ୍ ଦେଇଥିଲେ। ଏହି ପଦକ ପ୍ରଦାନ ସମୟରେ ଦିଲୀପ ମଧ୍ୟ ଶ୍ରେୟସ ଆୟରଙ୍କୁ ଡାଇଭିଂ ଓ ବଲ୍କୁ ରୋକିବା କୌଶଳ ପାଇଁ ବଧେଇ ଜଣାଇଥିଲେ। କେବଳ ଏହି ଗୋଟିଏ କ୍ୟାଚ୍ ନୁହେଁ, ଅନ୍ୟ ସାଥୀ ଖେଳାଳିଙ୍କୁ ଉନ୍ନତ ଧରଣର ପ୍ରଦର୍ଶନ ପାଇଁ ଉତ୍ସାହିତ କରିବା ପାଇଁ ମଧ୍ୟ ସେ କୋହଲିଙ୍କୁ ପ୍ରଶଂସା କରିଥିଲେ।

Tags: