କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବ ଦୌଡ଼କୁଦ ମୁଖ୍ୟ ସେବାସ୍ତିଆନ୍ କୋଏ
ନୂଆଦିଲ୍ଲୀ: ବିଶ୍ବ ଦୌଡ଼କୁଦ ମୁଖ୍ୟ ସେବାସ୍ତିଆନ୍ କୋଏ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍କାରରେ ଉଭୟ ଭାରତରେ ୨୦୩୬ ଅଲିମ୍ପିକ୍ ଆୟୋଜନ ଏବଂ ଦେଶରେ ଦୌଡ଼କୁଦର ବିକାଶ ଉପରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଳେ ଭାରତୀୟ ଦୌଡ଼କୁଦ ମହାସଂଘ ମୁଖ୍ୟ ଆଦିଲ ସୁମରିୱାଲା, ସମ୍ପାଦକ ରବୀନ୍ଦର ଚୌଧୁରୀଙ୍କ ସହ କ୍ରୀଡ଼ାମନ୍ତ୍ରାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାକୁ ଆଗ୍ରହୀ ଥିବା ନେଇ ଗତ ମାସରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ […]
ନୂଆଦିଲ୍ଲୀ: ବିଶ୍ବ ଦୌଡ଼କୁଦ ମୁଖ୍ୟ ସେବାସ୍ତିଆନ୍ କୋଏ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍କାରରେ ଉଭୟ ଭାରତରେ ୨୦୩୬ ଅଲିମ୍ପିକ୍ ଆୟୋଜନ ଏବଂ ଦେଶରେ ଦୌଡ଼କୁଦର ବିକାଶ ଉପରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଳେ ଭାରତୀୟ ଦୌଡ଼କୁଦ ମହାସଂଘ ମୁଖ୍ୟ ଆଦିଲ ସୁମରିୱାଲା, ସମ୍ପାଦକ ରବୀନ୍ଦର ଚୌଧୁରୀଙ୍କ ସହ କ୍ରୀଡ଼ାମନ୍ତ୍ରାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାକୁ ଆଗ୍ରହୀ ଥିବା ନେଇ ଗତ ମାସରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ ଚିଠି ଲେଖିଥିଲା। ଆୟୋଜକ ସହର ନାମ ଆସନ୍ତା ବର୍ଷ ଆଇଓସି ନିର୍ବାଚନ ପରେ ଘୋଷଣା ହେବାର ସମ୍ଭାବନା ରହିଛି। ସଂପ୍ରତି ଥୋମାସ ବାକ୍ ଆଇଓସିର ମୁଖ୍ୟ ଅଛନ୍ତି ଏବଂ ସେ ଭାରତ ପ୍ରତି ଆଗ୍ରହୀ ଅଛନ୍ତି। କୋଏଙ୍କ ଭାରତ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଯୋଜନା ରଖିଛନ୍ତି। ଏଥିସହ ସେ ମୁମ୍ବାଇରେ ଟାଟା କମ୍ୟୁନିକେସନ ପ୍ରତିନିଧିଙ୍କୁ ଭେଟିବେ। ଏହି କମ୍ପାନି ବୁଦାପେଷ୍ଟ୍ରେ ୨୦୨୬ ସେପ୍ଟେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ଅଲ୍ଟିମେଟ୍ ପ୍ରତିଯୋଗିତାର ଆୟୋଜକ ବ୍ରଡକାଷ୍ଟର ରହିଛି। ବ୍ରିଟିସ୍ କିଂବଦନ୍ତି କୋଏ ଆଇଓସିର ପରବର୍ତ୍ତୀ ସଭାପତି ଦୌଡ଼ରେ ଅଛନ୍ତି। ସେ ପ୍ରଚାର ଲାଗି ଭାରତ ଗସ୍ତରେ ଆସିଛନ୍ତି।




