କ୍ରିକେଟ୍ ଅଷ୍ଟ୍ରେଲିଆର ଶ୍ରେଷ୍ଠ ବିଶ୍ବକପ୍ ଦଳରେ ଭାରତରୁ ୪ଜଣ
ମେଲବର୍ଣ୍ଣ: ଚଳିତ ଦିନିକିଆ ବିଶ୍ବକପ୍ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିଲା ବେଳେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଶ୍ରେଷ୍ଠ ଏକାଦଶ ଚୟନ କରିଛି। ସର୍ବୋଚ୍ଚ ରନ୍ ସଂଗ୍ରହକାରୀ ବିରାଟ କୋହଲିଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ୯୯.୦୦ ହାରରେ ସେ ୫୯୪ ରନ୍ ସଂଗ୍ରହ କରି ଲିଗ୍ ପର୍ଯ୍ୟାୟରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପଶ୍ଚାତ୍ଧାବନ ସମୟରେ କୋହଲିଙ୍କ ଷ୍ଟ୍ରାଇକ୍ ରେଟ୍ ଆହୁରି ଅଧିକ ହୋଇଯାଉଛି। କୋହଲିଙ୍କ ବ୍ୟତୀତ ପ୍ରାରମ୍ଭିକ ବ୍ୟାଟର୍ ଭାବେ ଶେଷ ବିଶ୍ବକପ୍ ଖେଳୁଥିବା ଡେଭିଡ୍ ୱାର୍ଣ୍ଣର […]
ମେଲବର୍ଣ୍ଣ: ଚଳିତ ଦିନିକିଆ ବିଶ୍ବକପ୍ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିଲା ବେଳେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଶ୍ରେଷ୍ଠ ଏକାଦଶ ଚୟନ କରିଛି। ସର୍ବୋଚ୍ଚ ରନ୍ ସଂଗ୍ରହକାରୀ ବିରାଟ କୋହଲିଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ୯୯.୦୦ ହାରରେ ସେ ୫୯୪ ରନ୍ ସଂଗ୍ରହ କରି ଲିଗ୍ ପର୍ଯ୍ୟାୟରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପଶ୍ଚାତ୍ଧାବନ ସମୟରେ କୋହଲିଙ୍କ ଷ୍ଟ୍ରାଇକ୍ ରେଟ୍ ଆହୁରି ଅଧିକ ହୋଇଯାଉଛି। କୋହଲିଙ୍କ ବ୍ୟତୀତ ପ୍ରାରମ୍ଭିକ ବ୍ୟାଟର୍ ଭାବେ ଶେଷ ବିଶ୍ବକପ୍ ଖେଳୁଥିବା ଡେଭିଡ୍ ୱାର୍ଣ୍ଣର ଓ କ୍ବିଣ୍ଟନ ଡି’କକ୍ ଏହି ଦଳରେ ସ୍ଥାନ ପାଇଛନ୍ତି। ଯୁବ ବ୍ୟାଟର୍ ରାଚିନ ରବୀନ୍ଦ୍ରଙ୍କୁ ୩ ନମ୍ବର ଓ କୋହଲିଙ୍କୁ ୪ ନମ୍ବର ସ୍ଥାନ ମିଳିଛି। ଅଲରାଉଣ୍ଡରଙ୍କ ମଧ୍ୟରେ ରବୀନ୍ଦ୍ର ଜାଡ଼େଜା ଏକମାତ୍ର ଭାରତୀୟ ଥିବା ବେଳେ ଦୁଇ ଜଣ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯଶପ୍ରୀତ୍ ବୁମ୍ରାଙ୍କୁ ଏହି ଦଳରେ ନିଆଯାଇଛି।
ବିଶ୍ବକପ୍ ଦଳ: କ୍ବିଣ୍ଟନ ଡି’କକ୍, ଡେଭିଡ୍ ୱାର୍ଣ୍ଣର, ରାଚିନ ରବୀନ୍ଦ୍ର, ବିରାଟ କୋହଲି, ଐଦେନ ମାରକ୍ରମ, ଗ୍ଲେନ ମ୍ୟାକ୍ସୱେଲ, ମାର୍କୋ ୟାନସେନ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସାମି, ଆଡାମ ଜାମ୍ପା, ଯଶପ୍ରୀତ ବୁମରା, ଦ୍ବାଦଶ ଖେଳାଳି- ଦିଲସାନ ମଧୁଶଙ୍କା।




