କ୍ରିକେଟ୍ରୁ ସନ୍ୟାସ ନେଲେ ମନୋଜ ତିୱାରୀ
କୋଲକାତା: ପୂର୍ବତନ ଭାରତୀୟ କ୍ରିକେଟର ତଥା ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ ତାଙ୍କ କ୍ରିକେଟ୍ ଜୀବନକୁ ବିଦାୟ ଜଣାଇଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଅବସର ବିଷୟରେ ଘୋଷଣା କରିବା ସହ କ୍ରିକେଟ୍ରୁ ସେ ସବୁକିଛି ପାଇଥିବା କହିଛନ୍ତି। ସେ ଯାହା ବି ସ୍ବପ୍ନ ଦେଖିଥିଲେ ତାହା ତାଙ୍କୁ କ୍ରିକେଟ୍ରୁ ମିଳିଛି। ତେଣୁ ଏହି ଖେଳ ସହିତ ଭଗବାନଙ୍କ ନିକଟରେ ସେ କୃତଜ୍ଞତା ଜଣାଇଛନ୍ତି। ମନୋଜ ଭାରତ ପାଇଁ ୨୦୦୮ରୁ ୨୦୧୫ ମଧ୍ୟରେ ୧୨ ଦିନିକିଆ ଓ ୩ ଟ୍ବେଣ୍ଟି-୨୦ […]
କୋଲକାତା: ପୂର୍ବତନ ଭାରତୀୟ କ୍ରିକେଟର ତଥା ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ ତାଙ୍କ କ୍ରିକେଟ୍ ଜୀବନକୁ ବିଦାୟ ଜଣାଇଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଅବସର ବିଷୟରେ ଘୋଷଣା କରିବା ସହ କ୍ରିକେଟ୍ରୁ ସେ ସବୁକିଛି ପାଇଥିବା କହିଛନ୍ତି। ସେ ଯାହା ବି ସ୍ବପ୍ନ ଦେଖିଥିଲେ ତାହା ତାଙ୍କୁ କ୍ରିକେଟ୍ରୁ ମିଳିଛି। ତେଣୁ ଏହି ଖେଳ ସହିତ ଭଗବାନଙ୍କ ନିକଟରେ ସେ କୃତଜ୍ଞତା ଜଣାଇଛନ୍ତି। ମନୋଜ ଭାରତ ପାଇଁ ୨୦୦୮ରୁ ୨୦୧୫ ମଧ୍ୟରେ ୧୨ ଦିନିକିଆ ଓ ୩ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଭାରତ ପାଇଁ ସେ ମାତ୍ର ଗୋଟିଏ ଶତକ ମାରିଥିଲା ବେଳେ ଏହା ୨୦୧୧ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚେନ୍ନାଇରେ ହୋଇଥିବା ମ୍ୟାଚ୍ରୁ ଆସିଥିଲା। ତେବେ କ୍ରିକେଟ୍ ସହିତ ରାଜନୀତିରେ ମଧ୍ୟ ସେ ସକ୍ରିୟ ଅଛନ୍ତି। ପଶ୍ଚିମବଙ୍ଗରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ସେ ଏବେ କାର୍ଯ୍ୟ କରୁଛନ୍ତି। କିଛି ବର୍ଷର ବିରତି ପରେ ପୁଣି ଥରେ ୩୭ ବର୍ଷ ବୟସରେ ୨୦୨୨-୨୩ ଋତୁରେ ସେ ଘରୋଇ କ୍ରିକେଟ୍କୁ ଫେରିଥିଲେ। ଚଳିତ ବର୍ଷ ସୌରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି ଫାଇନାଲ୍ ତାଙ୍କର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍ ହୋଇଥିଲା। ଏହି ମ୍ୟାଚ୍ରେ ବେଙ୍ଗଲକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ୨୦୦୪ରେ ଦୀପ ଦାସଗୁପ୍ତାଙ୍କ ଅଧିନରେ ମନୋଜ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ।




