କ୍ରିକେଟର୍ ମହମ୍ମଦ ସାମିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ପତ୍ନୀ ହସିନ୍ ଜାହାନ

ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ସାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ୍ ଜାହାନ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ପଶ୍ଚିମବଙ୍ଗର ଯାଦବପୁରରେ ତାଙ୍କ ନାମରେ ରୁଜୁ କରାଯାଇଥିବା ଅପରାଧିକ ମାମଲା ଉପରେ ଲାଗିଥିବା କଟକଣାକୁ ହସିନ୍ ବିରୋଧ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ସେସନ୍ କୋର୍ଟ ଏହି ମାମଲାକୁ ସ୍ଥଗିତ ରଖିଥିଲେ। ପରେ ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି କାରଣରୁ ମାମଲା ୪ ବର୍ଷ ଧରି ଅଟକି ରହିଛି। ମାମଲାର ତ୍ବରିତ ବିଚାର ପାଇଁ ସେ […]

Samaya Live Picture
Published On

ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ସାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ୍ ଜାହାନ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ପଶ୍ଚିମବଙ୍ଗର ଯାଦବପୁରରେ ତାଙ୍କ ନାମରେ ରୁଜୁ କରାଯାଇଥିବା ଅପରାଧିକ ମାମଲା ଉପରେ ଲାଗିଥିବା କଟକଣାକୁ ହସିନ୍ ବିରୋଧ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ସେସନ୍ କୋର୍ଟ ଏହି ମାମଲାକୁ ସ୍ଥଗିତ ରଖିଥିଲେ। ପରେ ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି କାରଣରୁ ମାମଲା ୪ ବର୍ଷ ଧରି ଅଟକି ରହିଛି। ମାମଲାର ତ୍ବରିତ ବିଚାର ପାଇଁ ସେ ସୁପ୍ରିମକୋର୍ଟକୁ ଯାଇଥିବା ସୂଚନା ଦିଆଯାଇଛି। ସାମି ଓ ହସିନଙ୍କ ମଧ୍ୟରେ ୨୦୧୪ରେ ବିବାହ ହୋଇଥିଲା। ବିବାହର କିଛି ବର୍ଷ ପରେ ସାମିଙ୍କ ବିରୋଧରେ ହସିନ୍ ଯୌତୁକ ନିର୍ଯାତନା, ମାରପିଟ୍, ଅନ୍ୟ ମହିଳାଙ୍କ ସହ ସଂପର୍କ ଇତ୍ୟାଦି ଅଭିଯୋଗ ଆଣିଥିଲେ। ଏବେ ପୁଣି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସେ ଏହି ଅଭିଯୋଗର ପୁନରାବୃତ୍ତି କରିଛନ୍ତି।

Tags: